ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ଵର ଶିକ୍ଷା ଜିଲ୍ଲା ଅଧିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ସରକାରଙ୍କ ନିୟମ ଅନୁସାରେ ହେବାକୁ ଥିବାବେଳେ ଗତ ୨୭ ତାରିଖ ଦିନ ୧୦ ଘଟିକା ସମୟରେ ବାଇଗଣବାଡ଼ିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଯାଇଛି । ଏଥିରେ ସରପଞ୍ଚ ସୁଜାତା ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକକୁ ସିଆରସିସି ଶ୍ରୀକାନ୍ତ ଚରଣ ଧଳ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ସମାଜସେବୀ ରବିନ୍ଦ୍ର ନାଥ ଗିରି କମିଟିର ସୁପରିଚାଳନା ବିଷୟରେ ଅବଗତ କରିଥିଲେ । ସିଆରସିସି ଶ୍ରୀକାନ୍ତ ଚରଣ ଧଳ କିପରି ଷ୍ଟାଣ୍ଡିଂ ଗଠିତ ହେବ ଓ କେଉଁମାନେ କମିଟିରେ ରହି ପାରିବେ ଏବଂ ସେମାନଙ୍କର କାର୍ଯ୍ୟ ବାବଦରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇଥିଲେ । କମିଟିରେ ସରପଞ୍ଚ ସୁଜାତା ଗିରି ଅଧ୍ୟକ୍ଷ ସମିତିସଭ୍ୟ ବ୍ରଜ ମୋହନ ପ୍ରଧାନ ଯୁଗ୍ମ ଅଧ୍ୟକ୍ଷ ଓ ନାଏବ ସରପଞ୍ଚ ବାସୁଦେବ ଉଝା ଉପାଧ୍ୟକ୍ଷ ରହିବା ସହିତ ପଞ୍ଚାୟତ ଅଧିନ ୭ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସମସ୍ତ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଏହି କମିଟିରେ ସଦସ୍ୟ ରହିବେ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତରୁ ଜଣେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏନଜିଓ, ମିଶନଶକ୍ତି, ଜଣେ ଶିକ୍ଷାବିତ କମିଟିରେ ସଦସ୍ୟ ସଦସ୍ୟା ରହିଥିବା ବେଳେ ପିଇଓ ଦିନେଶ ସେଠି କମିଟିର ଆବାହକ ଅଛନ୍ତି ।
ରିପୋର୍ଟ : ଭୂପତି ପରିଡା