

ଛତ୍ରପୁର (ସମୃଦ୍ଧ ଓଡିଶା) ହୁମ୍ମା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଏକ ଚିତା ବାଘ ଛୁଆର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚିଛି ବାଘ ଛୁଆର ମୃତ ଦେବାକୁ ଜବତ କରିଛି । ଏହି ଖବର ପ୍ରଚାର ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି କରିଛି । ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଏକ ମା’ ଏବଂ ଛୁଆ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଦୁର୍ଘଟଣାରେ ଛୁଆ ଚିତା ବାଘର ମୃତ୍ୟୁ ପରେ ଘଟଣା ସତ ବୋଲି ପ୍ରମାଣିତ ହୋଇଛି । ତେବେ ବର୍ତ୍ତମାନ ବାଘ ଛୁଆର ମୃତ୍ୟୁ ଘଟିଯାଇଥିବାରୁ ମା’ ବାଘଟି ହିଂଶ୍ରୀକ ହେବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରି ସମ୍ପୃକ୍ତ ଅଞ୍ଚଳରେ ମା’ ବାଘଟି କିଛି ଅଘଟଣ ଘଟାଇବା ପୂର୍ବରୁ ବନ ବିଭାଗ ତୁରନ୍ତ ତାକୁ ଧରିବାକୁ ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା