ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାହାସୀ ସାମ୍ବାଦିକ ଅରିନ୍ଦମ୍ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭା ସଭାପତି ତାପସ ରାଜଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବହୁ କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ, ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି, ପୁରୀ ସହରରୁ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ ଅଂଶ ଗ୍ରହଣ କରି ସେମାନଙ୍କ ଶୋକ ବାର୍ତ୍ତା ପ୍ରଦାନ କରିଥିଲେ । ଯମଜ ଭାଇ ଓମ ଓ ସାଇ ମହାପାତ୍ର ଦାସକାଠିଆ ଓ ଯାଜ୍ଞସେନି ନିଜର ଭଜନ ମାଧ୍ୟମରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା