ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ ଅବସରରେ ସମ୍ବର୍ଦ୍ଧନା ସଭା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡିରେ ଆଜି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୂଚନା ଅନୁଯାୟୀ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହେବା ପରେ ପ୍ରଥମ ଥର କରି ଦିଗପହଣ୍ଡି ଗ୍ରସ୍ତ କରିଛନ୍ତି ତେଣୁ ତାଙ୍କୁ ସମ୍ବର୍ଦ୍ଧନା କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ବାଚସ୍ପତିଙ୍କ ସହ ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଵ୍ରହ୍ମପୁର ଵିଧାୟକ ବିକ୍ରମ ପଣ୍ଡା ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଶହଶହ ସମର୍ଥକଙ୍କ ସହ ଦିଗପହଣ୍ଡି ସହର ପରିକ୍ରମା କରିଥିଲେ । ପରିଶେଷରେ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଦିଗପହଣ୍ଡି ଵ୍ଳକର ବିଡ଼ିଓ ହଳଧର ଶବର ବ୍ଳକର ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସରପଞ୍ଚ ସଂଘ ସଭାପତି ହରିଵନ୍ଧୁ ରେଡ଼ି ଦିଗପହଣ୍ଡି ଏନ୍ଏସି ର ସମସ୍ତ କର୍ମକର୍ତ୍ତା ସ୍ୱାଗତ କରିଥିଲେ । ଏହି ସଭାରେ ଅତିଥି ମାନେ ସରକାରଙ୍କ ଯୋଜନାର ରୁପରେଖ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସରକାରଙ୍କ ସମସ୍ତ ଯୋଜନା କିପରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଲୋକମାନେ ଯେମିତି ସରକାରଙ୍କ ଯୋଜନାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା