

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ଲକଡାଉନ ସମୟରେ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କରିବା ସହ ବେଆଇନ ଭାବେ ବାଟଛତ୍ରପୁରରେ ଚାଲିଥିବା ଖଇନି ଗୋଦାମ ଉପରେ ଚଢ଼ାଉ କରି ବହୁ ସାମଗ୍ରୀ ଜବତ କରିଛି । ଲକଡାଉନ ଥିଲେ ମଧ୍ୟ ଲୁକାୟିତ ଭାବେ କେତୋଟି ଛୋଟ ଦୋକାନୀ କିଛି ରୋଜଗାର ପାଇଁ ଖଇନି ଓ ପୁଡିଆ ବିକୁ ଥିବା ଅଭିଯୋଗ ହୋଇଛି । ଏହି ଖବର ଛତ୍ରପୁର ପୋଲିସ ଜାଣିବା ପରେ ବିଭିନ୍ନ ଅଞ୍ଚଳ ପେଟ୍ରୋଲିନଂ କରି ଖାନ ତଲାଶ କରୁଥିବା ବେଳେ ବାଟଛତ୍ରପୁରରେ ଚାଲିଥିବା ଏହି ଖଇନି ଗୋଦାମକୁ ଚଢ଼ାଉ କରିଥିଲା । ଏହି ଚଢାଉ ବେଳେ ନିଜେ ଛତ୍ରପୁର ଥାନା ଅଧିକାରୀଙ୍କ ସହିତ ତହସିଲଦାର, ବିଡିଓ, ଏନଏସି ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ । ଚଢ଼ାଉ ବେଳେ ରାସ୍ତାରେ ମାସ୍କ ନ ପିନ୍ଧି ଯାଉଥିବା ଜଣେ ବାଟୋଇଙ୍କ ଠାରୁ ଦୁଇ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
