ବାଣପୁର ତାଳୁକ ଲିଗାଲ କମିଟି ହସ୍ତକ୍ଷପ ପରେ ବୃଦ୍ଧା ପାଇଲେ ସରକାରୀ ସହାୟତା

ବାଲୁଁଗାଁ (ସମୃଦ୍ଧଓଡିଶା) ଗତ ୨୦/୬/୨୪ ରିଖ ଗୁରୁବାରେ ବାଲୁଗାଁ ସ୍ଥିତ ପାଟଣା ସାହିର କଣ୍ଡୁରୀ ବେହେରାଙ୍କ ଚିଲିକା ଜେଟିରେ ପାଦ ଖସିଯାଇ ମୁର୍ତ୍ୟୁ ହୋଇଥିଲା I ଏହି ଘଟଣାର କୋଡିଏ ଦିନ ପରେ ମଧ୍ୟ କୋୖଣସି ସରକାରୀ ସହାୟତା ଯେମିତି ହରିଶ୍ଚନ୍ଦ୍ର ଯୋଜନା ସହିତ ଅନ୍ୟାନ ସହାୟତା ମିଳିଲା ନାହିଁ I  ଏହା ଏକ ଖବର କାଗଜରେ ପ୍ରକାଶ ପାଇଥିଲା I  ଏହି ଖବରକୁ ବାଣପୁରର ବରିଷ୍ଠ ଦେୱାନ ବିଚାରପତି ଶ୍ରୀ ଅମରେଶ ମହାପାତ୍ର ଜାଣିଲା ପରେ ସଙ୍ଗେ ସଙ୍ଗେ ତାଳୁକୁ ଲିଗାଲ ଭଲୁଣ୍ଟାରୀଙ୍କୁ ଡକାଇ ଏହାର କିପରି ସେ ଦୁଃଖୀ ପରିବାରକୁ ସହାୟତା ମିଳିବ ସେଥିପାଇଁ ପଦକ୍ଷପ ନେବା ପାଇଁ ଜଣାଇଥିଲେ I ତାଳୁକ ଲିଗାଲ ଭଲୁଣ୍ଟର ଶ୍ରୀ ଅମିତାଭ ପଟ୍ଟଯୋଶୀ ଏହି କାର୍ଯ୍ୟ କରିବାକୁ ଯାଇ ବାଲୁଗାଁ ବିଜ୍ଞାପିତ ପରିଷଦର କାର୍ଯ୍ୟନିବାହି ଅଧିକାରୀ ଓ ତହସିଲଦାରଙ୍କ ସହିତ ଯୋଗାଯୋଗ ସହିତ ବିଚାରପତିମହାପାତ୍ରଙ୍କ ନିର୍ଦେଶ ଯୋଗୁ ଆଜି ସେହି ପରିବାର ତାର ପ୍ରାପ୍ତ୍ୟ ହରିଶଚନ୍ଦ୍ର ଯୋଜନା ପାଇଲେ ଓ ତତସହିତ ରେଡକ୍ରସରୁ ମଧ୍ୟ ଅନୁକମ୍ପା ମୁଲକ ରାଶି ମିଳିବା ଯୋଗୁଁ ଏଇ ଅଞ୍ଚଳରେ ସାଧାରଣ ଜନତା ସାଧୁବାଦ ଜଣାଇଛନ୍ତି I  

ରିପୋର୍ଟ : ରଜତ ମହାପାତ୍ର