

ଛତ୍ରପୁର (ସମୃଦ୍ଧ ଓଡିଶା) ବାଣ ବ୍ୟବସାୟଙ୍କ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବାଣ ବ୍ୟବସାୟ ଯେଉଁଭଳି ସଠିକ ଭାବରେ ଏବଂ ଶାନ୍ତି ଶୃଙ୍ଖଳାର ସହ ଦୀପାବଳୀ ଉତ୍ସବ ପାଳନ କରାଯାଇପାରିବ ଦୀପାବଳୀ ଉତ୍ସବରେ ଯେଭଳି କୌଣସି ଧନ ଜୀବନ ନଷ୍ଟ ନ ହୋଇପାରିବ ସେ ସମ୍ପକରେ ଆଲୋଚନା କରିଥିଲେ । ଏହାସହ ବାଣ ବ୍ୟବସାୟ କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ନିମନ୍ତେ ବାଣ ବ୍ୟବସାୟ ମାଲିକ ସଂଘକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ସିନଧେ ତ୍ରେତାତେୟ ସାହେବ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


