
ଗଞ୍ଜାମ (ସମୃଦ୍ଧ ଓଡିଶା) ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ନିବେଦନ କରିବା ସହ କହିଛନ୍ତି ଯେ, ‘ବାଣ ମାର୍କେଟ ଖୋଲିବା ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ । ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ ।’ ଏହା ସହ ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୋଭିଡ କଟକଣା ପାଇଁ ପିକନିକରେ ଭୋଜିଭାତ ଓ ମ୍ୟୁଜିକ୍ ବାରଣ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା