ବାତ୍ୟା ପରେ ବନ୍ୟା, ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ ବୋଲି ଜିଲ୍ଲାପାଳଙ୍କ ନିର୍ଦେଶ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା): ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଗଂଜାମ ଜିଲ୍ଲା ବନ୍ୟା ବିପନ୍ନଙ୍କ ପାଇଁ ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ । ଏଥିପାଇଁ ବିଶାଖାପାଟଣା ସ୍ଥିତ ଇଷ୍ଠର୍ଣ୍ଣ ନାଭାଲ କମାଣ୍ଡ ତରଫରୁ ଦୁଇଟି ହେଲିକେପ୍ଟର ରଙ୍ଗେଈଲୁଣ୍ଡା ସ୍ଥିତ ଏୟାର ଫିଲଡରେ ଆସି ପହଞ୍ଚିବ ।ଚୂଡ଼ା,ଗୁଡ଼,ବିସ୍କୁଟ,କ୍ୟାଣ୍ଡଲ,ଦିଆସିଲି ପ୍ରାୟ ପାଞ୍ଚ କିଲୋ ଓଜନର କୀଟ ପ୍ରତ୍ୟେକ ବିପର୍ଣ୍ଣଙ୍କ ପାଇଁ ଯୋଗାଇ ଦିଆଯିବ । ଜିଲ୍ଲାର ୧୩ଟି ବ୍ଲକରେ ବାତ୍ୟା ସ୍ଥିତି ଗମ୍ଭୀର ଥିବାବେଳେ ଆସିକା, ପୁରୁଷୋତମପୁର, ଛତ୍ରପୁର, ଗଂଜାମ ଆଦି ୪ଟି ବ୍ଲକ ପରିସ୍ଥିତି ଚିନ୍ତାଜନକ ଅଛି ଋଷିକୂଲ୍ୟା ନଦୀ ଓ ବଡ଼ ନଦୀରେ ବନ୍ୟାପଣି ଆସିକା ସହର ସମେତ ସାରା ଅଞ୍ଚଳକୁ ଜଳ ମଗ୍ନରେ ରଖିଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସ୍ୱତନ୍ତ୍ର ଭାବେ ଆସ୍କା ଦାଇତ୍ୱ ଦିଆଯାଇଛି । ଆସ୍କା, ସୋରଡ଼ା, ଧରାକୋଟ, ଶେରଗଡ଼, କବିସୂର୍ଯ୍ୟନଗର, ଗଂଜାମ, ଛତ୍ରପୁର, ଚିକିଟି, ଦିଗପହଣ୍ଡି, ପାତ୍ରପୁର, ହିଞ୍ଜିଳି, ପରୁଷୋତମପୁର, ସାନଖେମୁଣ୍ଡି ପ୍ରଭୃତି ବ୍ଲକର ୧୨୫ଗୋଟି ଗ୍ରାମ ପଞ୍ଚାୟତର ୩୬୭ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଯୋଗୁଁ ଛବିଶିହଜାର ପରିବାରର ୪୯ହଜାର ଲୋକଙ୍କୁ ନିରାପଦ ସ୍ଥାନରେ ରଖାଯାଇଛି । ୨୮୮ଟି ଆଶ୍ରୟ ସ୍ଥଳ ଖୋଲାଯାଇଛି । ୧୯୩ଟି ଗ୍ରାମ ଜଳବନ୍ଦୀରେ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ଵିତୀୟ ଶନିବାର ଓ ରବିବାର କର୍ମଚାରୀ ମାନଙ୍କର ଛୁଟି ବାତିଲ କରିଛନ୍ତି । ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ଓଡ୍ରାଫ ଓ ଏନଡିଆରଏଫର ତିନୋଟି ଟିମ, ଚିଲିକା ସ୍ଥିତ ନାଭାଲ କେନ୍ଦ୍ରର ଗୋଟିଏ ଟିମ, କୋଷ୍ଟଗାର୍ଡ଼ର ଗୋଟିଏ ଟିମ ଓ ସ୍ଥାନୀୟ ପୋଲିସ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଆଉ ଦିନଟିଏ ଜିଲ୍ଲାପାଳ ବଢ଼େଇ ଦେଇଛନ୍ତି ।ଓଡିଶା ପ୍ରଶାସନିକ ସେବା ଶିକ୍ଷା ନବୀଶ ମାନଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ମାନଙ୍କୁ ସହାୟତା କରିବାପାଇଁ ନିର୍ଦ୍ଧେଶ ଦିଆଯାଇଛି । କୃଷି ଉପନିର୍ଦେଶଙ୍କୁ ଫସଲ କ୍ଷୟକାଟର ତୁରନ୍ତ ଆକଳନ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ରଖାଯାଇ ବନ୍ୟା ମୁକାବିଲାର ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଗତ କଲି ଜଣାଇଛନ୍ତି ।