ବାତ୍ୟା ସମୟରେ ମୌଳିକ ସୁବିଧାରୁ ଯେ ପରି କେହି ବଞ୍ଚିତ ନ ହୁଅନ୍ତି -ପ୍ରମିଳା ମଲ୍ଲିକ

ଦଶରଥପୁର(ସମୃଦ୍ଧଓଡିଶା) ଆସୁଥିବା ବାତ୍ୟା ଦାନାକୁ ନେଇ ଓଡ଼ିଶାର ୧୨ ଜିଲ୍ଲା ଭୟଭୀତ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ ବିଧାୟିକା ଜିଲ୍ଲା ପ୍ରଶାସନ ବେଶ ତପ୍ତର ଥିଲାବେଳେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଦଶରଥପୁର ବ୍ଲକର ବନ୍ୟା ପ୍ରପୀଡ଼ିତ କୟାଁ,କମାରଡିହି,ଖାନନଗର ଆଦି ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲିବା ସହ ବିପନ୍ନ ମାନଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟକ୍ତିଗତ ଭାବେ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ୬ ଥର ବିଧାୟିକା ହୋଇ ମଧ୍ୟ ଲୋକ ସେବା କରିବା ପାଇଁ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଝଡି ବଢ଼ି ମରୁଡି ସବୁବେଳେ ସବୁସମୟରେ ଉପସ୍ଥିତ ହୁଅନ୍ତି ପ୍ରମିଳା ମଲ୍ଲିକ। ବିଂଝାରପୁର ବାସୀଙ୍କ ହୃଦୟର କଥା ନେତ୍ରୀ ହେବେତ ଏମିତି ଠିକ ଆମ ପ୍ରମିଳା ଅପାଙ୍କ ଭଳି। ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ କମାରଡିହ ପ୍ରାକ୍ସ ସଭାପତି ଭାଗିରଥି ସାହୁ, ଥାଲକୁଡ଼ି ପଞ୍ଚାୟତ ବିଜେଡି ସଭାପତି ବିଜୟ ପାତ୍ର, ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ବିରଜା ମଲ୍ଲିକ, ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ , ପୂର୍ବତନ ସରପଞ୍ଚ ପ୍ରଶେଷ ସୁତାର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୀବ ସାମଲ, ବରିଷ୍ଠ ସମାଜସେବୀ ମହେଶ୍ୱର ଯେନା ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ବାତ୍ୟା ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିବା ପରେ ବାତ୍ୟାରେ ଯେପରି କୌଣସି ଜଣେ ଲୋକ ବି କ୍ଷତି ଗ୍ରସ୍ତ ନହୁଅନ୍ତି ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ |
ରିପୋର୍ଟ : ରଜତ ମହାପାତ୍ର