

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ୟସ ପ୍ରଭାବରେ ବାତ୍ୟା ପାଇଁ ଢେଙ୍କାନାଳର ବିଭିନ୍ନ ମାର୍କେଟ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପାରିବା ଓ ଗ୍ରୋଶୋରୀ ସାମଗ୍ରୀ ନେବା ପାଇଁ ବଜାର ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ଭିଡ ହୋଇଥିଲା । ଯାହାଦ୍ୱାରା କି ଲୋକମାନେ କୋରନା ସମ୍ବନ୍ଧୀୟ ସମସ୍ତ ନୀତିନିୟମକୁ ସମ୍ପୂର୍ଣ ରୂପେ ଭୁଲି ଯାଇଥିଲେ । ଅନ୍ୟ ପାଖରେ ଆଜି ସମଗ୍ର ଢେଙ୍କାନାଲ ଜିଲ୍ଳାରେ ୭୬୩ କୋରନା ପଜିଟିଭି ବାହାରି ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ସୃଷ୍ଟି କରିଥିବା ବେଳେ ଆଜିର ଭିଡ଼ ପ୍ରଶାସନ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କୁ ବାରମ୍ବାର ଖାଦ୍ୟ ସାମଗ୍ରୀ ମହଜୁତ ଅଛି ବୋଲି ସୂଚନା ଦେଇଥିଲେ ମଧ୍ୟ ଲୋକମାନେ ଏହାକୁ ନ ମାନି ବଜାରରେ ଭିଡ଼ ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା ।