
ଜଳେଶ୍ୱର (ସମୃଦ୍ଧ ଓଡିଶା) ନୂଆ ଦିଲ୍ଲିରୁ ପାରାଦୀପ ଯାଉଥିବା ପାରାଦୀପ ଗଡ ଅଞ୍ଚଳର ଅନନ୍ତ କୁମାର ବେହେରା ପୁଅ ସୁଶାନ୍ତ (୧୧)କୁ ଧରି ଆନନ୍ଦ ବିହାର-ପୁରୀ ନୀଳାଚଳ ସୁପର ଫାଷ୍ଟ ଏକ ପ୍ରେସ୍ରେ ଆସୁଥିଲେ । ରାତ୍ରୀ ୪ଟାରେ ଟ୍ରେନ୍ଟି ହିଜିଲି ଷ୍ଟେସନରେ ପହଞ୍ଚିବା ପରେ ବାପା ଅନନ୍ତ ପିଇବା ପାଣି ଲାଗି ପ୍ଲାଟ୍ ଫର୍ମରେ ଓହ୍ଲାଇଥିଲେ । ଇତିମଧ୍ୟରେ ଟ୍ରେନ୍ଟି ହିଜିଲି ଷ୍ଟେସନରୁ ଛାଡି ଦେଇଥିବା ବେଳେ ବାପା ଅନନ୍ତ ଟ୍ରେକ୍କୁ ଉଠି ପାରିନଥିଲେ । ପୁଅ ସୁଶାନ୍ତକୁ ଧରି ଟ୍ରେନ୍ଟି ଷ୍ଟେସନ ଛାଡି ଦେଇଥିବାରୁ ଅନନ୍ତ ରେଳବାଇ ପୋଲିସ ଓ ଷ୍ଟେସନ ସୁପରିଟେଣ୍ଡେଣ୍ଟଙ୍କୁ ସବିଶେଷ ଜଣାଇଥିଲେ । ପରେ ଜଳେଶ୍ୱର ଷ୍ଟେସନରେ ଅଟକିବାକୁ ଥିବାରୁ ଖଡଗପୁର ରେଳ କର୍ତ୍ତୃପକ୍ଷ ଜଳେଶ୍ୱର ରେଳ ଷ୍ଟେସନ୍କୁ ଜଣାଇଥିଲେ । ଫଳରେ ଆର୍ପିଏଫ, ଜିଆର୍ପି ଓ ରେଳ କର୍ମଚାରୀ ସଂପୃକ୍ତ ବଗିକୁ ଯାଇ ଶୋଇପଡିଥିବା ପୁଅ ସୁଶାନ୍ତକୁ ଓହ୍ଲାଇଥିଲେ । ୪ ଘଣ୍ଟା ଧରି ସୁଶାନ୍ତ କନ୍ଦାକଟା କରୁଥିବା ବେଳେ ବାପା ଅନନ୍ତ ସଡକ ପଥରେ ଆସି ପହଞ୍ଚିଥିଲେ ଓ ଦୁହେଁ ଗାଁକୁ ଫେରିଥିବା ଜଣାଯାଇଛି ।