

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତର ଗାଇବା ଗ୍ରାମର ଖ୍ରୀଷ୍ଟିୟାନ ବାପିଷ୍ଟ ଚର୍ଚ୍ଚ ତରଫରୁ ଗାଇବା ଗ୍ରାମରରେ ରହୁଥିବା ପ୍ରତେକ ଧର୍ମର ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ ଗାଇବା ବାପିଷ୍ଟ ମଣ୍ଡଳୀ ତରଫରୁ ଗାଇବା ଗ୍ରାମରେ ରହୁଥିବା ପ୍ରତେକ ଗ୍ରାମବାସୀମାନଙ୍କୁ ଚର୍ଚ୍ଚ ତରଫରୁ ଖାଦ୍ୟ ସାମଗ୍ରୀ ଦିଆଯାଇଛି । ଗାଇବା ଗ୍ରାମ ପାହାଡିଆ ଅଞ୍ଚଳରେ ଅଛି । ଗ୍ରାମବାସୀମାନେ ଦିନ ମଜୁରିୟା କୁଲି କାମ କଲେ ନିଜ ପରିବାର ଚଳେ । ତଥାପି ସରକାରୀ ଆଦେଶ ମାନି ନିଜ ନିଜ ଘରେ ରହୁଛନ୍ତି । ବହୁତ ଦିନ ଧରି କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରୀ କରାଯାଇ ଥିବାରୁ ଲୋକମାନେ ବହୁ ଅସୁବିଧାରେ ଚଳୁଛନ୍ତି ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚର ମୁଖ୍ୟ ପାଷ୍ଟର ପଵିତ୍ର ବେବର୍ତ୍ତା, ସାର୍ଟିନ ପାଳକା, ଶିଶିର ସିଂ, ଜୀତୁ କାଉଁରୀ, ରଞ୍ଜନ ବେବର୍ତ୍ତାଙ୍କ ସମେତ ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା