
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଖାଲାସିସାହି ତଥା ମଳାସ ପଦରର କାଠ ମିଲ ମାଲିକ ଓ ଅତ୍ୟନ୍ତ ମେଳାପୀ, ବନ୍ଧୁ ବସୃଳ ଓ ଜଣାଶୁଣା ବ୍ୟକ୍ତି, ମନୋଜ କୁମାର ରାଉତ (ଵାପ ରାଉତ)ଙ୍କ କରୋନା ମହାମାରିରେ ଆକ୍ରାନ୍ତ ହୋଇ ଆଜି ସକାଳେ ବ୍ରହ୍ମପୁର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସେ ଵିଗତ ୧୮ ଦିନ ହେବ ଚିକିତ୍ସା ଧିନ ଥିଲେ । ତାଙ୍କରି ମୃତ୍ୟୁରେ ସମଗ୍ର ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।