ବାରମ୍ବାର ବିଜୁଳି କାଟ ଯୋଗୁଁ ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ଆରମ୍ଭ ହୋଇଛି ବିଦ୍ୟୁତକାଟ୍ । ଏହାର ପ୍ରତିବାଦରେ ସିପିଆଇ(ଏମ) ପକ୍ଷରୁ ଆଜି ବ୍ରହ୍ମପୁର ସାଉଥ୍ କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ୍ ହୋଇଥାଏ । କିନ୍ତୁ ଶୀତ ଋତୁରେ ବିଦ୍ୟୁତ କାଟ୍ ହେଉଥିବାରୁ ବିଭିନ୍ନ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ବିଦ୍ୟୁତକାଟ ପ୍ରତ୍ୟାହାର କରିବା ପାଇଁ ଦାବିପତ୍ର ଦିଆଯାଇଛି ବୋଲି ସିପିଆଇ(ଏମ) ନେତା ଯୁଦ୍ଧିଷ୍ଠିର ବେହେରା କହିଛନ୍ତି । ତେବେ ସାଉଥକୋର ବରିଷ୍ଠ ସାଧାରଣ ପରିଚାଳକ କହିଛନ୍ତି ଯେ ହାଇଡ଼୍ରୋ ଓ ଥର୍ମାଲରୁ ଆସୁଥିବା ବିଦ୍ୟୁତର ପରିମାଣ କମି ଯାଇଥିବାରୁ ଭୁବନେଶ୍ୱର କାର୍ଯ୍ୟାଳୟର ନିର୍ଦ୍ଦେଶ ପ୍ରକାରେ ଆମେ ବିଦ୍ୟୁତ କାଟ୍ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ସାଉଥକୋର ବରିଷ୍ଠ ସାଧାରଣ ପରିଚାଳକ ଯୋଗେଶ ଚନ୍ଦ୍ର ପଣ୍ଡା କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା