ବାରାହୀ ଦିବ୍ୟ ଚେତନା ପରିଷଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନା ଓ ବୈତରଣୀ ପତ୍ରିକାର ଉନ୍ମୋଚନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଶ୍ରୀଶ୍ରୀ ବାରାହୀ ଦିବ୍ୟ ଚେତନା ପରିଷଦ ପକ୍ଷରୁ ଗଞ୍ଜାମ କଲାପରିଷଦ ସଭା ଗୃହରେ ଆଧ୍ୟାତ୍ମିକ ଆଲୋଚନା ତଥା ବୈତରଣୀ ପତ୍ରିକାର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁରୁ ଶ୍ରୀ ଗୌରୀ ଶଙ୍କର ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ମୃତି ପଟ୍ଟନାୟକ ସମ୍ପାଦିକା ସ୍ୱାଗତ ଭାଷଣ ଦେଥିଲେ, ଡା. ଚନ୍ଦ୍ରମଣି ସ୍ୱାଇଁ ପରିଚାଳନା କରିଥିଲେ ଓ ହୃଷିକେଶ ଦାଶ ଏବଂ ପ୍ରଫୁଲ କୁମାର ତ୍ରିପାଠୀ ଆଲୋଚକ ଭାବେ ଯୋଗ ଦେଇଥିଲେ । ଡ଼ଃ. ଲକ୍ଷ୍ମୀ ନାରାୟଣ ଦାଶ(କାର୍ଯ୍ୟକାରୀ ସମ୍ପାଦକ) ସମୀକ୍ଷା କରିଥିଲେ । ଶେଷରେ ଗୁରୁଦେବ ଶାନ୍ତି ପାଠ କରି ଆଲୋଚନା ଚକ୍ର ଶେଷ କରିଥିଲେ । ଏହି ଅବସରରେ ଆଲୋଚନାର ବିଷୟ ରହିଥିଲା ”ଗୀତାରେ କର୍ମଯୋଗ” । ଆଲୋଚକମାନେ ଗୀତାର ଦ୍ଵିତୀୟ ଅଧ୍ୟାୟ ଅବଲମ୍ବନରେ ନିଷ୍କାମ କର୍ମଯୋଗ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରକାଶ ଚନ୍ଦ୍ର ଦାଶ, ଭିକାରି ଚରଣ ମହାପାତ୍ର, ନିରଂଜନ ପଟ୍ଟନାୟକ, ଇଂ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, କାଳନ୍ଦୀ ନାୟକ, ଜ୍ୟୋସ୍ନାରାଣୀ ସ୍ୱାଇଁ, ସରିତା ପଣ୍ଡା, ସୌଦାମିନୀ ମିଶ୍ର, ଅମିତା ମିଶ୍ର, ଡ଼ଃ. ସନ୍ତୋଷ ଦାଶ, ବି ସତ୍ୟମ ଆଚାରି, ସୁରେଶ ପାଣିଗ୍ରାହୀ ପଣ୍ଡିତ ନିରଞ୍ଜନ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା