

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ପରିସରରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାୟ ୯୧୦ଜଣ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି । ପୋଲସରା ବ୍ଲକ ବିଡ଼ିଓ, ପୋଲସରା ବ୍ଲକ ଅଧକ୍ଷ, ଉପାଦକ୍ଷା, ସରପଞ୍ଚ, ସମିତି ସଭ୍ୟ, ବହୁ ମାନ୍ୟଗଣ ବ୍ୟକ୍ତି ତଥା ହିତାଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

