

ବାଲିଅନ୍ତା(ସମୃଦ୍ଧଓଡିଶା)ବାଲିଅନ୍ତା ବ୍ଲକ ଅଧୀନ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ସରପଞ୍ଚ ରମାଲତା ନାୟକଙ୍କ ନେତୃତ୍ବରେ ବିଜେପିର ଏକ ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ଦଳର ବିଚାରଧାରା ଏବଂ ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯିବା ସହ ପଞ୍ଚାୟତର ବିଭିନ୍ନ ସମସ୍ୟା ଏବଂ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର ଦୀର୍ଘ ଅଢେଇ ବର୍ଷ ମଧ୍ୟରେ ପଞ୍ଚାୟତରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଏହା ସହ ପଞ୍ଚାୟତରେ କିପରି ସାଧାରଣ ଲୋକଟି ସରକାରଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ଯୋଜନାରୁ ବଞ୍ଚିତ ନହେବ ସେନେଇ ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ଆହ୍ବାନ ଦିଆଯାଇଥିଲା। ଏଥିସହ ଏହି ପଞ୍ଚାୟତର ସବୁଠାରୁ ବଡ଼ ସମସ୍ୟା ହେଲା ରାଇଗୁରୁବାସୁଦେଇପୁର ଗ୍ରାମକୁ ମୁଖ୍ୟରାସ୍ତାର ପ୍ରଶସ୍ତିକରଣ । ଶେଷରେ ଏକ କମିଟି ଗଠନ କରାଯାଇ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟବ୍ରତ ପାତ୍ର, ଲକ୍ଷ୍ମଣ ଜେନା, ବନମାଳି ପ୍ରଧାନ, ହରେକୃଷ୍ଣ ମହାରଣା, କାର୍ତ୍ତିକ ରାଉତ, ସୋମନାଥ ଖଟେଇ, ବିଜୟ କୁମାର ନାୟକ, ସହଦେବ ସ୍ଵାଇଁ, ବ୍ରଜନାଥ ଠାକେର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ମହାପାତ୍ର