
ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ସେବା ସମବାୟ ସମିତିଠାରେ ଇଫ୍-କୋ ଆନୁକୂଲ୍ୟରେ ଚାଷୀମାନଙ୍କ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଇଫ୍-କୋ କ୍ଷେତ୍ର ଅଧିକାରୀ ପ୍ରତ୍ୟୁଷ ବେହେରା ଯୋଗ ଦେଇ ଚାଷୀଙ୍କୁ ୟୁରିଆ ସାର ପରିବର୍ତ୍ତେ ଅଣୁସାର ତଥା ନାନୋ ନାଇଟ୍ରୋଜନ୍ ଓ ମାଟିର ଉର୍ବରତା ବୃଦ୍ଧି ପାଇଁ ଜୈବିକ ସାର ପ୍ରୟୋଗ ଉପରେ ପରମର୍ଶ ଦେଇଥିଲେ । ବାଲିପଦର ସେବା ସମବାୟ ସମିତି ସଂପାଦକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଚାଷୀଙ୍କୁ ମାଗଣାରେ ଅଣୁ ସାର କିଟ୍ ବଣ୍ଟନ କରାଯାଇଥିଲା । ଏଥିରେ ତ୍ରିନାଥ ନାୟକ, ବଂଶୀଧର ବିଷୋୟୀ, ସତ୍ୟନାରାୟଣ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ବାଲ୍ମିକୀ ବିଷୋୟୀ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।