

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କଲେଜ ଛକଠାରେ ଏକ ବାଲି ବଝେଇ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେଇଥିଲା ଫଳରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆହତ ହୋଇଥିବା ବ୍ୟକ୍ତି ଜଣକ ପୋଲିସ କର୍ମଚାରୀ ଏସ ମୋହନ ରେଡି ବୋଲି ଜଣାପଡିଛି । ସେହି ବାଲି ବଝେଇ ଟ୍ରକର ନମ୍ବର OR09E.9704 ହୋଇଥିବା ବେଳେ ସ୍କୁଟିର ନମ୍ବର OD07S.5557 । ପ୍ରତ୍ୟେକ ଦିନ କଲେଜ ପିଲାମାନଙ୍କ ଜିବା ଆସିବା ସେହି ରାସ୍ତା ଉପରେ ନିର୍ଭର କରୁଛି । ଆଜି ସେଠାରେ ଏକ ପୋଲିସ ବିଭାଗର କର୍ମଚାରୀ ଗୁରୁତର ହୋଇଛନ୍ତି । ପୂର୍ବରୁ ଛତ୍ରପୁର କଲେଜ ଛକଠାରେ ବାରମ୍ବାର ଦୁର୍ଘଟଣାକୁ ଆଖି ଆଗରେ ରଖି ସେଠାରେ ପୋଲିସ ମୁତୟନ କରିବାକୁ ଦାବି କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବାରୁ ବାରମ୍ବାର ଅଭିଯୋଗ ମଧ୍ୟ କରାଯାଇଛି । କିନ୍ତୁ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେ ସବୁ ପାଣିରେ ଗାର ହୋଇ ରହିଯାଇଛି । ଦୁଘର୍ଟଣାରେ ଆହତଙ୍କୁ ସ୍ଥାନିୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହ ଛତ୍ରପୁର ପୋଲିସ ଟ୍ରକଟିକୁ ଜବତ କରିଛି । ଡ୍ରାଇଭର ଘଟଣା ସ୍ଥଳରୁ ଗାଡି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



