ବାଲି ଲିଜଠାରୁ ଅଧିକା ବାଲି ଉତ୍ତୋଳନ କରୁଥିବା ଅଭିଯୋଗର ତଦନ୍ତ ପାଇଁ ଯୁଗ୍ମ କମିଟି ଗଠନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ଦକ୍ଷିଣ ପ୍ରହରାଜପୁର, ମକରମପୁର, ପ୍ରହରାଜପୁର, ଗୋବରଘଟ୍ଟା, ପଂଚୁଘଣ୍ଟା, ମହମ୍ମଦନଗରପାଟଣା, ସେଖସରାଇ, ଚାଲନ୍ତି, ବେଣାପେୁରା, କଣ୍ଟାପାଳ ଇତ୍ୟାଦିସ୍ଥାନରେ ଗତ ୫ବର୍ଷ ଧରି ଲିଜଧାରୀମାନେ ବାଲି ଉତ୍ତୋଳନ କରିଆସୁଛନ୍ତି । ନିଲାମଧାରୀ ଧାର୍ଯ୍ୟ ପରିମାଣ ଠାରୁ ଅଧିକ ବାଲି ଉତ୍ତୋଳନ କରୁଥିବା ଅଭିଯୋଗରେ ଜଳେଶ୍ୱର ତହସିଲଦାର ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ଏଥିନେଇ ଏକ ଯୁଗ୍ମ କମିଟି ଗଠନ ହୋଇଛି । ବ୍ୟାପକ ବାଲି ଉତ୍ତୋଳନ ହେଉଥିବାରୁ ଏ ସବୁ ଗୁଡିକ ବିରୋଧରେ ପର୍ଯ୍ୟାୟକ୍ରମେ ଅଭିଯୋଗ ଆସିଥିଲା । ଜିଲାପାଳଙ୍କ ନିର୍ଦ୍ଦେଶରେ ଗତ କିଛିଦିନ ଧରି ଜଳେଶ୍ୱର ତହସିଲଦାର ଅଭିମନ୍ୟ ପଣ୍ଡା ଏ ସବୁର ତଦନ୍ତ କରିଥିଲେ । କିନ୍ତୁ ପରେ କେତେକ ତଥ୍ୟ ଜିଲାପାଳ ଜାଣି ଏବଂ ଜଳେଶ୍ୱର ତହସିଲଦାରଙ୍କ ଆବେଦନପରେ ଏକ ଯୁଗ୍ମ କମିଟି ଗଠିତ ହୋଇଛି । ଏଥିରେ ବାଲି ଉତ୍ତୋଳନ ସଂପର୍କରେ ପ୍ରଶିକ୍ଷଣ ପାଇଥିବା ବ୍ୟକ୍ତି ବିଶେଷ, ମାଇନିଂ ଆଇନ୍ର କେତେକ କର୍ମକର୍ତ୍ତା ଓ ଜଳେଶ୍ୱର ତହସିଲଦାରଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠିତ ହୋଇଛି । ଗତ କିଛିଦିନ ତଳେ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ଉପଜିଲାପାଳ ନିଲୁ ମହାପାତ୍ର ଓ ଅନ୍ୟ ଏକ ଦିନର ଜିଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିୀଲାପାଳ ବିଭିନ୍ନ ସୈରାତ ବୁଲି ଅସନ୍ତୋଷ ପ୍ରକାଶ କରିଥିଲେ । ଗଠିତ ଯୁଗ୍ମ କମିଟି ଆଜି ମହମ୍ମଦନଗର ପାଟଣାର କ, ଖ, ଗ, ଘ ୪ଟି ସୈରାତ ବୁଲି ସମୀକ୍ଷା କରିଛନ୍ତି । ବାସ୍ତବରେ ଲିଜ୍ଧାରୀମାନେ କେତେ ପରିମାଣର ବାଲି ନେବେ ତାହା ଧାର୍ଯ୍ୟଥିବା ବେଳେ ୫ବର୍ଷର ଅବଧିରେ ସେମାନେ କେେ;ତ ପରିମାଣରେ ବାଲି ଉତ୍ତୋଳନ କରିଛନ୍ତି ଏହି କମିଟି ସବିଶେଷ ତଥ୍ୟ ହାସଲ କରିଛି । ଆସନ୍ତା ୧ ତାରିଖ ସୁଦ୍ଧା ଯୁଗ୍ମ କମିଟିର ବାଲି ଉତ୍ତୋଳନ ସଂପର୍କୀତ ରିପୋଟ ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା