ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେହେରା ସାହି ଗାଁର ଅଜୟ କୁମାର ଘୋଷ ସୁବର୍ଣ୍ଣରେଖା ନଦୀ କୂଳରେ କରୋନା ମହାମାରୀରେ ସଚେତନତା ଲାଗି କେତେକ ବାଲୁକା ଶିଳ୍ପ ପ୍ରଦର୍ଶନ କରିଛନ୍ତି । ଜନସଚେତନତା ସହିତ କରୋନା ଯୋଦ୍ଧା ସାମ୍ବାଦିକ, ପୋଲିସ୍, ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀମାନଙ୍କର କର୍ମତତ୍ପରତା ବାଲୁକା ଶିଳ୍ପରେ ପ୍ରଦର୍ଶୀତ ହୋଇଛି । ସୁବର୍ଣ୍ଣରେଖା ନଦୀ କୂଳରେ ଏହି ବାଲୁକା ଶିଳ୍ପ ଦେଖିବା ପାଇଁ ଲୋକଙ୍କ ସମାଗମ ହେଉଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା