ବାଲେଶ୍ଵରରେ ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଜଳେଶ୍ୱର ଟାଉନ ନୋଡାଲ ହାଇସ୍କୁଲ ଏବଂ ଆର.ବି.ସିଂହ ହାଇସ୍କୁଲ ରାଇବଣିଆରେ ଯଥାକ୍ରମେ ୩୦୯ ଓ ୨୦୨ ଜଣ ହିସାବରେ ମୋଟ ୫୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ସାରା ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓସ୍ତା) ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଅଛି । ଏହା ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ୧୦୦ ଜଣଙ୍କୁ ଓସ୍ତା ତରଫରୁ ପ୍ରତିବର୍ଷ ବୃତ୍ତି ପ୍ରଦାନ କରାଯାଇ ଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟ ଶିଶୁ ଉତ୍ସବ ଅବସରରେ ଏକକାଳୀନ ୩ ହଜାର ଟଙ୍କାର ଚେକ ପ୍ରଦାନ କରାଯିବାର ବ୍ୟବସ୍ଥା ଓସ୍ତା ତରଫରୁ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ଟାଉନ ହାଇସ୍କୁଲକୁ ଓସ୍ତାର ପୂର୍ବତନ ସଭାପତି ଇନ୍ଦୁ ମାଧବ ମହାନ୍ତି, ରାଇବଣିଆ ଅଞ୍ଚଳର ଓସ୍ତାର ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର ଓ ଜଳେଶ୍ୱର ଓସ୍ତାର ପୂର୍ବତନ ସମ୍ପାଦକ ଶଶାଙ୍କ ଶେଖର ମହାନ୍ତି ପର୍ଯ୍ୟବେକ୍ଷରଣ ଭାବେ ଯୋଗଦେଇ ଥିଲେ । ଜଳେଶ୍ୱରର ଓସ୍ତାର ସମ୍ପାଦକ ମନୋରଞ୍ଜନ ଦାସ, ସଭାପତି ସୁନୀଲ କୁମାର ନାୟକ, ରାଇବଣିଆର ସମ୍ପାଦକ ବଂଶୀଧର ବାରିକ ସଭାପତି ଅଶୋକ କୁମାର ଘଡ଼ାଇଙ୍କ ସମେତ ମୂରଲୀ ମୋହନ ପ୍ରଧାନ, ଅଜିତ କୁମାର ମହାନ୍ତି, ଗଗନ ବିହାରୀ ପରିଡା ଠାରେ ଓସ୍ତାର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ଭବାନୀ ଶଙ୍କର ପାଲା ଓ ହିମାଂଶୁ ଶେଖର ପଣ୍ଡା କେନ୍ଦ୍ର ତତ୍ତ୍ୱାବଧାରକ ଦାୟିତ୍ୱ ତୁଲାଇଥିଲେ । ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷକର୍ମଚାରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ଓ ଶିକ୍ଷକ କେଶବ ଚନ୍ଦ୍ର ପରିଡା, ରମେଶ ଚନ୍ଦ୍ର ଗିରି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା