

ବାଲେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ପରମିଟ ପଡିଆରେ ସର୍ବଭାରତୀୟ ରାୟସାହେବ ପ୍ରଫୁଲ୍ଲ ଚନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବାଲେଶ୍ୱର ହରିପ୍ଲାଷ୍ଟ ଓ ବାଲିଚକ ବିବେକାନନ୍ଦ ଫୁଟବଲ କ୍ଲବ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।ଏଥିରେ ବାଲେଶ୍ଵର ହରିପ୍ଲାଷ୍ଟ ଦଳ ୩-୨ ଗୋଲରେ ବିବେକାନନ୍ଦ ଫୁଟବଲ କ୍ଳବକୁ ହରାଇ ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପୂର୍ବାଞ୍ଚଳ ଡ଼ିଆଇଜି ଅମିତେନ୍ଦ୍ରନାଥ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ । ହରି ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ହିମାଂଶୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନ ସମ୍ପାଦକ ସଂଗ୍ରାମ ଦାସ, ବାଲେଶ୍ୱର ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, କାର୍ଯ୍ୟକରି ସଭାପତି ଅଧିପ ଦାଶ, ସହସମ୍ପାଦକ ପଦ୍ମଲୋଚନ ଲେଙ୍କା, ଉପସଭାପତି ହରିମୋହନ ଦାଶ, ବୀରେନ୍ଦ୍ର ସ୍ୱାଇଁ, ମିହିର ମହାପାତ୍ର, ବସନ୍ତ ମହାନ୍ତି, ଯୁଗ୍ମ ସମ୍ପାଦକ ନିମାଇଁ ଚରଣ ରାଉତରାୟ, ସୁଜୟ କୁମାର ଆଚାର୍ଯ୍ୟ, କାର୍ତ୍ତିକ ନାୟକ, ସଞ୍ଜୟ ଲେଙ୍କା, ଜଗଦୀଶ ବେହେରା, ତରୁଣ ଚାଟାର୍ଜୀ, କୋଷାଧ୍ୟକ୍ଷ ଆମର ମହାନ୍ତି, ପ୍ରଦୀପ କୁମାର ଦାଶ, ବିଷ୍ଣୁ ମହାନ୍ତି, ସାଦିକ ଅଲ୍ଲୀ ଖାଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଖେଳାକୁ ସୁଜିତ କୁମାର ପାତ୍ର, ଅରୁଣ କୁମାର ନାୟକ, ପ୍ରଦୀପ କୁମାର ଦାସ, ସେକ ଅବଦୁଲ ମଜିଦ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୁପତି କୁମାର ପରିଡ଼ା



