ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଜିଲାରେ ଥିବା ବିଭିନ୍ନ ଗୋଷ୍ଠିର କଳାକାରମାନଙ୍କୁ ନେଇ ଗଠିତ ହୋଇଛି ବାଲେଶ୍ୱର କଳାକାର ସଂଘ । ବାଲେଶ୍ୱର ଜିଲାର ପ୍ରତ୍ୟେକ କଳାକାରଙ୍କ ସ୍ୱାର୍ଥ ଲାଗି ସଂଘର ପ୍ରତିବଦ୍ଧା ଅଛିବୋଲି ଆଜି ଏଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବୈଠକରେ ମତପ୍ରକାଶ ପାଇଛି । ଜଳେଶ୍ୱର ମ୍ୟୁନିସିପାଲଟିର ନନ୍ଦିକା ଗ୍ରାମର ନନ୍ଦିକେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ସ୍ଥାୟୀ ସଭାପତି ଗୌରାଙ୍ଗ ଚରଣ ଦାସ (ଗୌର) ଅଧ୍ୟକ୍ଷତା କରି ଉତ୍ତର ବାଲେଶ୍ୱରର କଳାକାରଙ୍କର ସମଗ୍ର ରାଜ୍ୟର ଯାତ୍ରା ଅନୁଷ୍ଠାନ ଓ ଅନ୍ୟ ବିଭିନ୍ନ କଳାକାର ଅନୁଷ୍ଠାନ ପ୍ରତି ଅତୁଳିନୀୟ ଦାନ ସଂର୍ପକରେ କହିଥିଲେ । ଏବେ ରାଜ୍ୟରେ ଦେଖାଦେଇଥିବା ଫଣୀର କରାଳ ଗ୍ରାସର ସାମ୍ନା କରିବାଲାଗି ସଂଘ ପକ୍ଷରୁ ୧୦ହଜାର ଟଙ୍କା ସହାୟତା କରାଯିବ ବୋଲି ବୈଠକର ସିଦ୍ଧାନ୍ତକୁ ସଭାପତି ଶ୍ରୀ ଦାସ ଘୋଷଣା କରିଥିଲେ । ଚଳିତବର୍ଷର ବାର୍ଷିକ ସମ୍ମିଳନୀ ଜୁନ ମାସ ୧୬ ତାରିଖରେ ଭୋଗରାଇର ଥାନାଛକ ନିକଟ କମ୍ୟୁନିଟି ସେଷ୍ଟରରେ ହେବ ବୋଲି ସିଦ୍ଧାନ୍ତ ନିଆଯାଇଥିବା ସଂପର୍କରେ ସେ କହିଥିଲେ । ଏଥିରେ ବିଶିଷ୍ଟ ଅନିଥିଭାବେ ନାଟ୍ୟକାର ତଥା ନାଟକ ଲେଖକ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇ କଳାକାର ମାନଙ୍କର ଦୁଃଖ ଦୁର୍ଦ୍ଦଶ ଓ ଦୈନ୍ୟତା ସଂପକରେ କହି ସରକାରଙ୍କ ଘୋଷିତ ନିୟମରେ ସହାୟତାେ ଦେବା ବ୍ୟବସ୍ଥା ପ୍ରତି ସଂଘ ଗୁରୁତ୍ୱ ଦେବାକୁ କହିଥିଲେ । ଅନ୍ୟତମ ଅତିଥିଭାବେ ରାଧାକୃଷ୍ଣ ଗିରି (ରାଧା ସାର୍) ଯୋଗ ଦେଇ କଳାକାର ମାନଙ୍କର ସମସ୍ୟା ବର୍ଣ୍ଡନା କରିବା ସହ ପ୍ରତ୍ୟେକ ଗ୍ରାମାଂଚଳର କଳାକାର ମାନଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା ବାର୍ଷିକ ସମ୍ମିଳନୀରେ ଏ ଅଂଚଳର ବିଶିଷ୍ଟ କଳାକାର ମାନଙ୍କୁ ସମ୍ବିର୍ଦ୍ଧିତ କରିବା ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କୃତିତ୍ୱ ପ୍ରତିପାଦନ କରିଥିବା କଳାକାର ମାନଙ୍କୁ ପୁରସ୍କୃତ କରିବାଲାଗି ସିଦ୍ଧାନ୍ତ ହୋଇଥିଲା । ପ୍ରତି ବ୍ଲକ ସ୍ତରରେ ଜଣେ ଲେଖାଏଁ ସଂଯୋଜକ ଓ ସହସଂଯୋଜକ ନିଯୁକ୍ତ କରିବାକୁ ସଂପାଦକ ପ୍ରଫୁଲ୍ଲ କୁମାର ଘୋଷଙ୍କୁ ଦାୟିତ୍ୱ ଦେବା ସହିତ ସେ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଲ୍ଟୁ ସାହୁ, ସମ୍ଭୁନାଥ ବେହେରା, ଖଗେନ୍ଦ୍ର ଦାସ, ତପନ ମିଶ୍ର, ରାମଚନ୍ଦ୍ର ବିଶ୍ୱାଳ, ସତ୍ୟଗୋପାଳ ଗିରି, ସଦାଶିବ ଆଇଚ, ସରୋଜ କୁମାର ପରିଡା ଓ ରାଜେଶ କୁମାର ବେହେରା, ନବକୁମାର ଗିରି ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା