ଜଳେଶ୍ୱର (ସମୃଦ୍ଧ ଓଡିଶା) ରେଡକ୍ରସର ମୂଳମନ୍ତ୍ର ଦ୍ୱାରା ସମଗ୍ର ବିଶ୍ୱକୁ ମାନବିକ ମୂଲ୍ୟବୋଧରେ ଗୁନ୍ଥିବା ଲାଗି ଆସନ୍ତାକାଲିର ନାଗରିକ ଆଜିର ଛାତ୍ରଛାତ୍ରୀ ଅବସ୍ଥାରୁ ଶିକ୍ଷା କରିବା ଉଚିତ୍ । ଏଥିଲାଗି ସମଗ୍ର ବିଶ୍ୱରେ ହେନେରୀ ଡୋନାଣ୍ଟଙ୍କ ସ୍ୱାସ୍ଥ୍ୟ-ସେବା-ବିଶ୍ୱବନ୍ଧୁତା ଶିକ୍ଷା ଓ ତାଲିମର ଆବଶ୍ୟକତା ରହିଛି ବୋଲି ୩ ଦିନିଆ ବାଲେଶ୍ୱର ଜିଲା ବିଦ୍ୟାଳୟ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟନ ଉତ୍ସବରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ହାଇସ୍କୁଲ ମଧ୍ୟରେ ଜିଲ୍ଲାର ୧୨ଟି ବ୍ଲକର ୨୮୯ ବିଦ୍ୟାଳୟ ମଧ୍ୟରୁ ମୋଟ ୧୦୬୧ଜଣ ଛାତ୍ରଛାତ୍ରୀ ଜୁନିୟର ରେଡକ୍ରସ ପକ୍ଷରୁ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ନାମ ପଂଜିକୃତ କରିଛନ୍ତି । ଆଜି ସୋମବାର ଦିବା ୨ଟାରେ ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ରେଡକ୍ରସ ପତାକା ଉତ୍ତୋଳନ କରି ସପଥ ପାଠ କରାଇବା ସହ ରେଡକ୍ରସଲ୍କ୍ାପି ଗ୍ରହଣ କରିଥିଲେ । ଆୟୋଜିତ ସଭାରେ ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥ ଅଧ୍ୟକ୍ଷତା କରି ସ୍ୱାଗତ ଓ ରେଡକ୍ରସରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ସ୍ୱାସ୍ଥ୍ୟସେବା ଓ ବନ୍ଧୁତା ରେଡ କ୍ରସର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏହା ଆମ ଜାତୀୟ ସଂଘତି, ଏହା ମଧ୍ୟରୁ ଭଲ ମଣିଷ ଗଢି ତୋଳିବା ସହିତ ବିଶ୍ୱକୁ ରେଡ କ୍ରସର ଲକ୍ଷ୍ୟକୁ ନେଇ ଅଗ୍ରସ ହେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ଜେନା ଯୋଗ ଦେଇ ଆଜିର ଛାତ୍ରଛାତ୍ରୀ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ପରାୟଣ ହୋଇ ମାନବିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଲେ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୋନାଣ୍ଟଙ୍କ ଲକ୍ଷ୍ୟ ପୂରଣ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସୁଦର୍ଶନ ପ୍ରଧାନ ଓ ପ୍ରାପ୍ତନ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଗୁରୁଚରଣ ବେହେରା ଗଳ୍ପ ଓ ତଥ୍ୟ ମାଧ୍ୟମରେ ରେଡକ୍ରସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ଓ ଜୁନିୟର ରେଡକ୍ରସ ସୋସାଇଟିର ଜିଲା ସମ୍ପାଦକ ଅଶୋକ କୁମାର ନାୟକ ୩ ଦିନ ଧରି ଚାଲିବାକୁଥିବା ଏହି ଶିବିରର ଶିକ୍ଷା ଓ ତାଲିମ ସମ୍ପର୍କରେ କହିଥିଲେ । ବାଲେଶ୍ୱରର ଜେଆର୍ସିଓ ତଥା ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନିଗ୍ଧା ପଣ୍ଡା ସମୃଦ୍ଧ ଭାରତ ଗଠନରେ ସ୍ୱାସ୍ଥ୍ୟ, ସେବା, ବନ୍ଧୁତ୍ୱର ଉପାଦେୟତା ଅଧିକ । ରେଡକ୍ରସ ପ୍ରତିଯୋଗିତାତ୍ମକ ନୁହେଁ ବରଂ ବିଶ୍ୱବନ୍ଧୁତ୍ୱର ମୂଳମନ୍ତ୍ର ବୋଲି କହିଥିଲେ । ଜଳେଶ୍ୱର ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ମୂରଲୀ ମୋହନ ପ୍ରଧାନ ଅତିଥି ପରିଚୟ, ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆବାହନ ଓ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଉମାକାନ୍ତ ବେହେରା ସ୍ୱାଗତ ଅଭିଭାଷଣ ଓ ସଂଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ ଓ ସରୋଜ ପାଣିଗ୍ରାହୀ ବେଦମନ୍ତ୍ର ପାଠ କରିଥିଲେ । ୩ ଦିନ କାର୍ଯ୍ୟକ୍ରମ ମଧ୍ୟରେ ରଚନା ଲିଖନ, ତର୍କ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ଡ୍ରାମା, ସାମୁହିକ ସଂଗୀତ, ସାମୁହିକ ନାଚ, ପ୍ରାଥମିକ ଚିକିତ୍ସା, ସ୍ୱାସ୍ଥ୍ୟ ସମ୍ପର୍କରେ ଶିକ୍ଷା, ରାସ୍ତା ନିରାପତ୍ତ ଏବଂ ସର୍ବୋପରି ସେବା, ବନ୍ଧୁତା ଓ ସ୍ୱାସ୍ଥ୍ୟ ସର୍ମ୍ପକରେ ଶିକ୍ଷା ଦିଆଯିବ । ୧୧ଜଣ ରିସୋର୍ସପର୍ସନ ଓ ୬୫ଜଣ କର୍ମକର୍ତ୍ତ ଏଥିରେ ଯୋଗ ଦେଇଥିବା ବେଳେ ଜଳେଶ୍ୱର ବ୍ଲକ ଅଂଚଳର ବହୁ ଶିକ୍ଷକ ସହାୟତା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା