ଜଗତସିଂହପୁର(ସମୃଦ୍ଧଓଡିଶା) ଜଗତସିଂହପୁର ଜିଲ୍ଲା ରଚିକା ସମାଜ ସେବା ସଂଗଠନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ନିମନ୍ତେ ଦିବା୧୦ ଘଟିକା ସମୟରେ ଜଗତସିଂହପୁର ସଦର ମହକୁମାର ଶ୍ରୀକୃଷ୍ଣ ଏକାଡେମୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ, ମିଶନ ଶକ୍ତିର କାର୍ତ୍ତିକ ସ୍ୱାଇଁ ଓ ଆକ୍ସନଏଡ଼ ଇଣ୍ଡିଆର ଡିସି ତପନ କୁମାର ଗୋଛାୟତ ଓ ରଚିକା ସମାଜସେବା ସଂଗଠନର ନିର୍ଦ୍ଦେଶକ ରାମେଶ୍ୱର ପ୍ରସାଦ ଦ୍ବିବେଦୀ, ଜିଲ୍ଲା ସଂଯୋଜକ ବଟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ବାଲ୍ୟବିବାହ ବନ୍ଦ କରିବା ନିମନ୍ତେ ଏକ ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଅପରାହ୍ନ ୫ ଘଟିକା ସମୟରେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ମହାମବତୀ ଲାଇଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ବାହାରି ଟାଉନହଲ ଓ ମେଡ଼ିକାଲ ଛକ ଦେଇ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶେଷ ହୋଇଥିଲା। ଏହି ମହାମବତୀ ରାଲିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମସ୍ତ ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ଓ ରଚିକା ସମାଜ ସେବା ସଂଗଠନର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର