

ନିଆଳୀ-(ସମୃଦ୍ଧଓଡିଶା)ନିଆଳୀ ବ୍ଲକ ଅନ୍ତର୍ଗତ ବାହାରଣାରେ ପ୍ରାଥମିକ ସେବା ସମବାୟ ସମିତି ଲିଃ ର ନୂତନ ଗୃହ ନିଆଳି ବିଧାୟକ ଡ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ନୂତନ ଗୃହରେ ଚାଷୀମାନଙ୍କର ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଚାଷୀ ଭାଇ, ଭଉଣୀ ମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ .ଉକ୍ତ କାର୍ଯ୍ୟକ୍ରମରେ ଆତ୍ମାର ଅଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ,ସମିତି ସଭ୍ୟ ଅବିନାଶ ପ୍ରଧାନ,ଅଜୟ ସ୍ୱାଇଁ ଙ୍କ ସମେତ ବହୁମାନ୍ୟଗଣ୍ୟ ଅତିଥି ତଥା ବିଭାଗୀୟ ଅଧିକାରୀ,ପ୍ରଶାସନ କର୍ତ୍ତୃପକ୍ଷ,କୃଷକ,କର୍ମକର୍ତ୍ତା ତଥା ନେତୃବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ମହାପାତ୍ର