ବାହାରିଲା ନବୀନ ନିବାସରୁ ‘କାଳିଆ ରଥ’ ଯୋଜନା ସର୍ମ୍ପକରେ ଲୋକଙ୍କୁ କରିବ ସଚେତନ….

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ । ସାରା ରାଜ୍ୟରେ ମୋଟ ୧୫୦ କାଳିଆ ରଥ ‘କାଳିଆ’ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଜି ଠାରୁ ପରିକ୍ରମା କରିବ….