ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୨ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବିଇଓ କାର୍ଯ୍ୟାଳୟ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ବାରମ୍ବାର ଛାତ ପୋଲସ୍ତରା ଖସୁଥିବାରୁ କର୍ମକର୍ତ୍ତା, କର୍ମଚାରୀ, ଅଭିଭାବକ ଏପରିକି ଆଗନ୍ତୁକମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ନୂତନ କାର୍ଯ୍ୟାଳୟ ନିର୍ମାଣ ଲାଗି ବିଭିନ୍ନ ମହଲରୁ ଦାବି ହୋଇଛି । ବାଳେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇକୁ ନେଇ ୮୦ଦଶକରେ ଏକ ଡିଆଇ ଅଫିସ୍ ଘୋଷଣା ହୋଇଥିଲା । କିନ୍ତୁ ୧୯୯୮ ମସିହାରେ ଏହି କାର୍ଯ୍ୟାଳୟକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକ, ଶିକ୍ଷାମନ୍ତ୍ରୀ ଜୟଦେବ ଜେନା ଓ ବିଧାୟକ ଜୟନାରାୟଣ ମହାନ୍ତି ଉଦ୍ଘାଟେନ କରିଥିଲେ । ଇତିମଧ୍ୟରେ ୨୨ବର୍ଷ ବିତିଯାଇଥିଲେ ମଧ୍ୟ ଗତ କିଛିଦିନ ଧରି ଏହି କାର୍ଯ୍ୟାଳୟର ବିଭିନ୍ନ ସ୍ଥାନର ଛାତରୁ ପୋଲସ୍ତରା ଖସୁଥିବା ଲକ୍ଷ କରାଯାଉଛି । ୩ଜଣ ଏବିଇଓ ବସୁଥିବା ରୋମ୍ରୁ ବାରମ୍ବାର ଏପରି ଆକସ୍ମିକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଜିମଧ୍ୟ ଏବିଇଓ ଲଲାଟେନ୍ଦୁ ଜେନା ନିଜ ବସିବା ସିଟ୍ରେ ନଥିବା ବେଳେ ବଡ ପୋଲସ୍ତା ଉପରୁ ଖସିପଡିଥିଲା । ଏଥି କେହି ଆହତ ହୋଇନଥିଲେ ମଧ୍ୟ କାର୍ଯ୍ୟ;ାଳୟରେ ବସିବାକୁ ସୁରକ୍ଷିତ ମଣୁନାହାନ୍ତି । ପ୍ରକାଶଯୋଗ୍ୟ ଏହି କୋଠରୀର ଉପର ଛାତରେ ମଧ୍ୟ ଅଫିସ୍ କାର୍ଯ୍ୟାଳୟ ରହିଛି । ଏହା ବ୍ୟତିତ ଏହି ସ୍ଥାନଟି ଜଳେଶ୍ୱର ଷ୍ଟେସନ ବଜାରର ମୁଖ୍ୟରାସ୍ତାକୁ ଲାଗି ରହିଥିବାରୁ ଶିକ୍ଷକ ଓ ଅନ୍ୟ କେହି ଆସିଲେ ସେମାନଙ୍କ ବାଇକ୍ ରାସ୍ତାରେ ଛିଡା କରାଉଥିବାରୁ ଯାନବାହାନ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହୁଏ ଓ ଦୁର୍ଘଟଣା ଘଟେ । ଏହି କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଲାଗି ସ୍ଥାନ ନିୟଣ୍ଟ ମଧ୍ୟ ହୋଇଥାଏ । ଜଳେଶ୍ୱର ବିଇଓ ସୁଧାଂଶୁ ଜେନା ଗତ ୪ଦିନ ତଳେ ଏପରି ପୋଲସ୍ତରା ଖସିବାଯୋଗୁଁ ଏହାର ମରାମତି କିମ୍ବା ବିପଦ ସଂକୁଳ ଘୋଷଣା କରି ଅନ୍ୟଏକ କାର୍ଯ୍ୟାଳୟ ନିର୍ମାଣ କରିବାକୁ ପୁର୍ତ୍ତ ବିଭାଗ ଓ ଶିକ୍ଷା ବିଭାଗର ଉର୍ତ୍ତ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା