
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୪ ତାରିଖରେ ଜଳେଶ୍ୱର ରିଂ ବନ୍ଧ ପ୍ରତିଷ୍ଠା ଲାଗି ସେକ୍ବାର୍ଡଠାରେ ଜଳସେଚନ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାସ ଉତ୍ସବକୁ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇଥିବା ବେଳେ ସାଂସଦଙ୍କୁ ନିମନ୍ତ୍ରଣ ନ ହେବା ଏବଂ ଫଳକରେ ତାଙ୍କ ନାମ ଦରଜ ହୋଇନଥିବାରୁ ବିଜେପି ଆପତ୍ତି ଉଠାଇଛି । ନଦିବନ୍ଧ ସୁଦୃଢ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ସେହି କାର୍ଯ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାନଯିବା ଭାରତର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଏକ ଅବମାନନା ବୋଲି ବିଜେପି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଳସମ୍ପଦ ବିଭାଗ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସୀ ଭାବେ କାର୍ଯ୍ୟ କରୁଛି ବୋଲି ବିଜେପିର ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ତନ୍ମୟ କୁମାର ଚନ୍ଦ, ସୁଧିର ଓଝା, ରାଜୀବ ଘୋଷ, ମନମୋହନ ଆଚାର୍ଯ୍ୟ, ଅଂଜନ ଦାସ, ରାମକୃଷ୍ଣ ସାହୁ, ସତ୍ୟବ୍ରତ ପଣ୍ଡା, ଗୌରଗୋପାଳ ଦାସଅଧିକାରୀ, ଗୌତମ ଘୋଷ ପ୍ରମୁଖ ଏକ ପ୍ରେସବାର୍ତ୍ତାରେ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା