ବିଚ ରାସ୍ତା ଉପରେ ଖଲ୍ଲିକୋଟ ବିଡ଼ିଓଙ୍କ ଗାଡ଼ି ଧକ୍କାରେ ୩ ଗାଇ ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟରେ ବିଡ଼ିଓ ଗଗନ ବିହାରୀ ପଟ୍ଟନାୟକଙ୍କ ଗାଡ଼ି ଧକ୍କାରେ ହେବା ଫଳରେ ତିନୋଟି ଗାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖଲିକୋଟ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗତକାଲି  ଡ଼ିଆର୍ଡ଼ିଏ ମିଟିଂକୁ ଛତ୍ରପୁର ଯାଉଥିବା ବେଳେ ହଠାତ୍ କେତୋଟି ଗାଇ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲେ । ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା, ଘଟଣା ସ୍ଥଳେ ଗାଡ଼ି ଧକ୍କାରେ ୩ଟି ଗାଇ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ଗାଇ ଗୁରୁତର ହୋଇଥିଲା । କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା ।