ବିଚ ରାସ୍ତା ଉପରେ ଯୁବକକୁ ପିଟି ପିଟି ମାରିଦେଲେ…

ଖଲ୍ଲିକୋଟ(ସମୃଦ୍ଧ ଓଡିଶା)ସର୍ବ ସମ୍ମୁଖରେ ବିଚ ରାସ୍ତା ଉପରେ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ । ଆହାଃ କରିବାକୁ କେହି ବାହାରିଲେନି , ଚାଲିଗଲା ଯୁବକର ପ୍ରାଣବାୟୁ । ପ୍ରାପ୍ତ ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଠାରେ ଥିବା ଇଣ୍ତିଆନ୍ ପେଟ୍ରୋଲ ପମ୍ପ୍ ପରିସର ମଧ୍ୟରେ ଗତକାଲି / ଗୁରୁବାର ରାତ୍ର ୯ ଟା ସମୟରେ ଜଣେ ଯୁବକ ଙ୍କୁ ତିନି ରୁ ଚାରି ଜଣ ଯୁବକ ଅତି ଅମାନୁସିକ ଭାବେ ସର୍ବ ସମ୍ମୁଖରେ ପିଟିପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପୂର୍ବ ଶତୃତା କୁ କେନ୍ଦ୍ର କରି ହତ୍ୟାକାଣ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରେ ଯୁବକ ର ମୃତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି । ମୃତ ଯୁବକ ଜଣକ ହେଲେ ରାମଚନ୍ଦ୍ରପୁର ଗ୍ରାମର କାଙ୍ଗା ପାହାନଙ୍କ ପୁଅ ଶଙ୍କର ପାହାନ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ, ଭେଜିପୁଟ ଫାଣ୍ତି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ଏସ୍.ଆଇ. ସିଲୁ ଧଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରିରଖିଛନ୍ତି । ସେପଟେ ହତ୍ୟାକାରୀ ଙ୍କୁ ଖୁବ୍ ଶିଘ୍ର ଧରା ଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା