
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନିର୍ଦ୍ଧେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ ଦାସଙ୍କ ନେତୃତ୍ୱରେ କଟକର ବିଭିନ୍ନ ଥାନାରେ ଯଥା ମାଲଗୋଦାମ, ଚାଉଳିଗଞ୍ଜ, ମଧୁପାଟଣା, ବାଦାମବାଡ଼ି, ମଙ୍ଗଳାବାଗ ଥାନା ଓ ମହାନଦୀ ବିହାର ଫାଣ୍ଡିରେ ସାନିଟାଇଜର ବଣ୍ଟନ କରାଯାଇ ଥାନାର ପ୍ରତ୍ୟେକ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ମାନବେଶ ରୟ, କଟକ ଜିଲ୍ଲା ଛାତ୍ର ବିଜେଡିର ଉପସଭାପତି ବାସୁଦେବ ସେଠୀ, ଛାତ୍ର ନେତା ପ୍ରକାଶ ବେହେରା, କାମଦେବ ବାରିକ, ପ୍ରାନ୍ତିକ ପରିଡା, ହରି ମେହେର, ତୁଷାର ମଲିକ, ରାମ ପାଢ଼ୀ ଆଦି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଜାଦ ବାହିନୀର ସଭାପତି କାହ୍ନୁଚରଣ ଧୂପାଲ, ସମ୍ପାଦକ ରାଣପ୍ରତାପ ସେଠୀ, ସଂଗଠନର ସଂଗଠକ ରାତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ
