

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆଜି ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ସଦର ବ୍ଲକର ତରଭା ଓ ନୂଆଗାଁ ଗ୍ରାମପଞ୍ଚାୟତକୁ ବିଶୁଦ୍ଧିକରଣ କରିବା ପାଇଁ ସାନିଟାଇଜର ଛିଞ୍ଚନ କରିବା ସହିତ ମାସ୍କ ବଣ୍ଟନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ନଗର ସଭାପତି ସୋନୁରାମ ସିଂ, ଆଶୁତୋଷ କର, ସୁଶୀଲ ଗୋଛାୟାତ, ମଳୟ ବିଶ୍ୱାଳ, ସୌମ୍ୟରଂଜନ ମହାନ୍ତି, ଅଭିଳାଷ ସାହୁ, ପ୍ରକାଶ ସାହୁ ଏବଂ ଓଁମ ପ୍ରକାଶ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା