ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଗତକାଲି ଆୟୋଜିତ ହୋଇଥିବା ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ସଂଗ୍ରହ ହୋଇଛି ୧୨୧ ୟୁନିଟ୍ ରକ୍ତ । ସ୍ଥାନୀୟ ଶିବ ପଟ୍ଟନାୟକ ରିଡଙ୍ଗ୍ ରୁମ୍ ପରିସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ ଯୋଗ ଦେଇ ପ୍ରଦୀପ ପ୍ରଜଳ୍ଲନ କରି ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ରାଜ୍ୟରେ ରକ୍ତ ଅଭାବ ପୂରଣ କରିବା ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆୟୋଜିତ ହେଉଥିବା ଏଭଳି ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ରାଜ୍ୟ କୃଷି ବିପଣନ୍ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ରକ୍ତଦାନର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ସହ ସଂଯୋଜକ ନିର୍ମଳ ସାହୁ, ଛତ୍ରପୁର ବ୍ଲକ ଏନ୍.ଧନଞ୍ଜୟ ରେଡି, ଉପାଧ୍ୟକ୍ଷା ଶ୍ରୀମତି ଅମିତା ସାହୁ, ବରିଷ୍ଠ ଯୁବ ନେତା ତଥା ଚିକିଟି ରାଜକୁମାର ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ପୋଡାପଡର ସରପଞ୍ଚ ପିତାମ୍ୱର ପଣ୍ଡା, ଶ୍ରମିକ ନେତା ଶଙ୍କର ଦାଶ ଏବଂ ଯୋଗୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନର ଗ୍ରୀଷ୍ଣ ଦିନରେ ରକ୍ତର ଅଭାବ ପୂରଣ କରିବା ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇଥିବା ନେଇ ସାଧିୁବାଦ ଜଣାଇଥିଲେ । ଏହି ଶିବିରରେ ଦଳ ପକ୍ଷରୁ ଜିଲା ମହିଳା ସେଲର ନେତ୍ରୀ ସଂଙ୍ଘମିତ୍ରା ଦଳେଇ, ମମତା ବିଷୋୟୀ, ଜ୍ୟୋତିରଞ୍ଜନ ସାହୁ, ଜି.ପାପାରାଓ, ପି.ଚନ୍ଦ୍ରଶେଖର ରାଓ, ବି.ରାଜି ବାବୁ, ରାଜେଶ ସାହୁ, ବାଦଲ ପାଣ୍ଡି ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାକୁ ଉତ୍ସାହିତ କରିଥିବା ବେଳେ ଶିବିରକୁ ଛାତ୍ର ନେତା ସଚିନ୍ ପଣ୍ଡା, ଶକ୍ତିପ୍ରସାଦ ସାହୁ, ରବିନ୍ଦ୍ର ସାହୁ, ଶୀର୍ଷକ ପାତ୍ର, ଲିଙ୍ଗରାଜ ମହାପାତ୍ର, ସନାତନ ବିଶ୍ୱାଳ, ମାଧବ କାୟା, ନାଗେଶ୍ୱର ରାଓ, ସରୋଜ ବେହେରା, ରାମହରି ମହାରଣା, ସୁନିଲ ଗୌଡ, ରାଜକିଶୋର ମହାନ୍ତି, ଡାଲି ରାଜୁ, ଲୋକନାଥ କର, ଅରୁଣ ଗରୁଡ, ସାଇ କୁମାର, ରାଜେଶ ପଟନାୟକ, ଦୋଳନ ନାୟକ, ଭାସ୍କର ଦୋରା, ସନ୍ତୋଷ ସେଠୀ, ବାଦଲ ପ୍ରଧାନ, ସାନ୍ତୁନୁ ବିଶ୍ୱାଳ, ପ୍ରଶାନ୍ତ ବୈଠାରୁ, ରୋଶନ ଦାଶ ପ୍ରମୁଖ ପରିଚାଳନ୍ନାରେ ସହଯୋଗ କରିଥିଲେ । ଏପରିକି ବହୁ ସ୍ୱେଚ୍ଛାକୃତ ଛାତ୍ର ଓ ଯୁବ ରକ୍ତଦାତା ଉପସ୍ଥିତ ରହି ଜିଲ୍ଲାର ରକ୍ତଭଣ୍ଡାରକୁ ଯେଉଁ ସମୟରେ ରକ୍ତର ଆବଶ୍ୟକ ରହିବ ସେହି ସମୟରେ ସେମାନେ ନିଶ୍ଚିତ ରୂପେ ଉପସ୍ଥିତ ରହି ରକ୍ତଦାନ ଭଳି ମହତଦାନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଦୃଢତାର ସହ ପ୍ରକାଶ କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ଏମ୍.କେ.ସି.ଜି ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।