

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗୀ, କଲରାପଦର,ଏରେଣ୍ଡରା ଗ୍ରାମପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଆଜି ଛାତ୍ର କଂଗ୍ରେସ ଦଳର ଯୁବ କଂଗ୍ରେସ ସମ୍ପାଦକ ଧୀରେନ କୁମାର ରଣାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ କଂଗ୍ରେସ ଦଳକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ସେମାନଙ୍କୁ ଉତ୍ତରୀ ଦେଇ ଦଳରେ ସାମିଲ କରିଥିଲେ ଏବଂ ଦଳରେ ଯୋଗ ଦେଇଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜ୍ଞାମ୍ପନ କରିଥିଲେ । ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସିଂ, ସାନଖେମୁଣ୍ଡି ବ୍ଲକ୍ ଉପାଧ୍ୟକ୍ଷ, ଓସ୍କାର୍ଡ ବ୍ୟାଙ୍କ ସଭାପତି, ଆଡ଼ପଡା ସରପଞ୍ଚ ଓ ବହୁ ବିଜୁ ପ୍ରେମି ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
