
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରାଂଚଳର ୬ନଂ ୧୧, ୧୨ନଂ ଓ ୧୪ନଂ ୱାର୍ଡରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଜୁ ଯୁବବାହିନୀ ପକ୍ଷରୁ ଗାଁ ଅଲିମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗୌରାଞ୍ଚଳ ସଂଯୋଜକ ଜଗନ୍ନାଥ ଗୋଚ୍ଛାୟତ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥିରୂପେ ସାମ୍ବାଦିକ ସୁକୁମାର ରଣା, ସମ୍ମାନୀତ ଅତିଥିରୂପେ ମାଖନଲାଲ ବେରା, ସତ୍ୟବତି ଗିରି, ନବୀନ ଗିରି ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନେ କରିଥିଲେ । ବିଜୁ ଯୁବବାହିନୀର ସଭାପତି ସଂଜିତ୍ ସାହୁ, ସଂପାଦକ ପ୍ରଶାନ୍ନତ ସେନ୍ଥ, କୋଷାଧ୍ୟକ୍ଷ ଅତସୀ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା