ବିଜୁ ଯୁବ ଓ ଛାତ୍ର ଜନତାର କାର୍ଯ୍ୟକାରିଣୀ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ଯୁବ ଓ ଛାତ୍ର ଶକ୍ତି ହିଁ କର୍ମଦକ୍ଷତା ପ୍ରଦର୍ଶନର ଆଗୁସାର ହୋଇଥାନ୍ତି । ସମସ୍ତ ଶକ୍ତିର ୬୪ ଭାଗ ହିଁ ଯୁବ ଓ ଛାତ୍ର ସଂଗଠନର ରହିଥାଏ । ସେମାନଙ୍କୁ କାର୍ଯ୍ୟକ୍ଷମ କରାଇ ଆଜିର ରାଜନୈତିକ ଦଳ ଗୁଡିକ ଅଧିକ ସକ୍ରିୟ ହେଉଥିବା ବେଳେ ବିଜେଡି ସେଥିରୁ ପଛେଇ ଯାଇନାହିଁ । ୨୦୨୨ ମସିହା ଡିସେମ୍ବର ୨୬ ତାରିଖ ବିଜେଡିର ୨୫ବଷ ପୁତ୍ତି ହେବାକୁ ଯାଉଥିବା ବେଳେ ବୃକ୍ଷରୋପଣ, ରକ୍ତଦାନ ଶିବିର ଓ କ୍ରିଡା ପ୍ରତିଯୋଗିତା ଦ୍ୱାରା ଜନସାଧାରଣଙ୍କ ନିକଟତର ହେବାକୁ ଦଳ ଚେଷ୍ଟିତ ବୋଲି ଆଜିର ବୈଠକରେ ମତପ୍ରକାଶ ପାଇଛି । ମୁରଲୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଯୁବ ଛାତ୍ର ସଂଗଠନର ଏବ ବୈଠକ ଅନୁଷ୍ଠିତ ହୋଇ ଯାିଛି । ଏଥିରେ ରାସବିହାରୀ ରଣା ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ଦଳୀୟ ସମ୍ବିଧାନ ମଧ୍ୟରେ ବିଜେଡି ତାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ସୁବାଷିନୀ ଜେନା ଯୋଗ ଦେଇ ସଂଗଠିତ ଯୁବ ଶକ୍ତି ଏକ ସୁସ୍ଥ ରାଷ୍ଟ୍ର ଗଂନରେ ସହାୟକ ହୋଇଥିବା ବହୁ ନଜିର ରହିଛି । ତେଣୁ ବିଜେଡି ଯୁବ ଓ ଛାତ୍ର ଶକ୍ତିକୁ ସଂଗଠିତ କରି ଆଗାମୀ ଦିନରେ ନୂତନ ସୃଷ୍ଟି ସଜ୍ଜନା କରୁଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଦା ପ୍ରଶନ୍ନ ପଟ୍ଟନାୟକ, ଜିଳା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ମଧୁସୂଦନ ସେନାପତି, ପୌର ଅଧ୍ୟକ୍ଷ ପ୍ରତୀପ ପ୍ରଧାନ, ନଗର ସଭାପତି ଶଂକର ଘୋଷ, ଯୁବ ସଭାପତି ଚନ୍ଦନ କର, ଆନନ୍ଦ କର, ଛାତ୍ର ସଭାପତି ସୁରଜ ଚୌରାସିଆ, କାଳିଚରଣ ଦାସ, ବିନ୍ଦୁବାଳା ନନ୍ଦି, ସଂଚିତା ସେନାପତି, ଅନାଦି ଦାସ, ତପନ ଦାସ, ପ୍ରଦିପ ବେହେରା, ଆରତୀ ଦାସ, ଦାମଦର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନିର୍ବାଚନ ମଣ୍ଡଳିର ସମସ୍ତ ନର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା