


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଶ୍ରମିକ ସାମୁଖ୍ୟ ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଗିରି ମାର୍କେଟ ପ୍ରକାଶମ ହଲ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗଞ୍ଜାମ ଜିଲ୍ଲାର ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ସଭାରେ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବାକୁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାର ବର୍ତ୍ତମାନକୁ ସଂଘଟିତ ଓ ଅଣ ସଂଗଠିତ ୪ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇ ସାରିଛନ୍ତି । ଆହୁରି ଅଧିକ ଶ୍ରମିକମାନଙ୍କୁ ପଞ୍ଜିକୃତ କରି ସେମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଯିବ ବୋଲି ସାମୁଖ୍ୟର ଜିଲ୍ଲା ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ସମ୍ପାଦକ ଉଜ୍ଜ୍ଵଳ ପାଢି ଶ୍ରମିକମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ଅନୁରୋଧ କରିଥିଲେ । ଏହାପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରଙ୍କ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶ୍ରମିକ ମାନଙ୍କ ପାଖକୁ କିପରି ସେମାନଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଉଭୟେ ଉଦ୍ୟମ କରିବେ ବୋଲି କହିଥିଲେ । ଏହି ଅବସରରେ ନବନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହାସହ ସମାଜସେବା କ୍ଷେତ୍ରରେ କେତେ ଜଣଙ୍କୁ ମାନପତ୍ର ଉପଢୌକନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସ୍ଵର୍ଣ୍ଣମଣି ବୈଦ, ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା, ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ସାବତ, ମହିଳା ନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ସ୍ନେହଲତା ପଣ୍ଡା, ଜ୍ୟୋତ୍ସା ପାଢି, ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସଂଜିତ ପାଣିଗ୍ରାହୀ, ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ଦୁର୍ଗା ପ୍ରସାଦ ପଣ୍ଡା, ବିଜେଡି ଯୁବ ସଭାପତି ଏନ୍ ଧନୁଞ୍ଜୟ ରାଓ, ଛାତ୍ର ସଭାପତି ସଂଜୟ ଜେନା, କୈଳାସ ରଣା, ରାଜ୍ୟ ସମ୍ପାଦକ ଟି ଗୋପି, ଯୋଗେନ୍ଦ୍ର ସ୍ୱାଇଁ, ପ୍ରମୋଦ ମହାରଣା, ନିର ଜେନା, ପ୍ରଦିପ ବେହେରା, ସୁରେଶ ଚନ୍ଦ୍ର ତ୍ରିପାଠୀ, ରାମକୃଷ୍ଣ ମହାନ୍ତି, ରାସବିହାରି ଦାସ, ଗନେଶ ଚୌଧୁରୀ, ତେଜେଶ୍ୱର ସ୍ୱାମୀ, ଖାଲିଲ୍, ଟି କିଶୋର, ତ୍ରିନାଥ ନାଏକ, ସମିତିଆଜ୍ ତଥା ଶ୍ରମିକ ସାମୁଖ୍ୟ ସଂଗଠନର କର୍ମକର୍ତ୍ତା ବୃନ୍ଦ, ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତା ବୃନ୍ଦ, ବିଜୁ ଯୁବ, ଛାତ୍ର, ମହିଳାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







