

ପୋଲସରା (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଘାଡି ଗ୍ରାମର ୬୦ରୁ ଉର୍ଦ୍ଧ୍ଵ ପରିବାର ସାମିଲ ହୋଇଥିବା ଜଣାପଡିଛି । ଆଜି ତଥା ଅକ୍ଟୋବର ୧୦ ତାରିଖ ଦିନ ବାଘାଡି ଗ୍ରାମର ରଙ୍କନିଧି ସାହୁଙ୍କ ନେତୃତ୍ୱରେ ୬୦ରୁ ଉର୍ଦ୍ଧ୍ଵ ପରିବାରର ମୁଖ୍ୟ ଅନ୍ୟ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ବାଘାଡି ଗ୍ରାମ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ସମ୍ପାଦକ ଅଶୋକ ବିଷୋୟୀଙ୍କ ସମେତ ବହୁ ଦଳୀୟ କର୍ମୀ ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ । ରଙ୍କନିଧି ସାହୁ ବିଜେପିର ଜଣେ ଟାଣୁଆ ସଂଗଠକ ଥିବାବେଳେ ବିଜେଡିର ସାମିଲ ହେବା ଦ୍ୱାର ବିଜୁ ଜନତା ଦଳ ଆହୁରି ସୁଦୃଢ ହୋଇପାରିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା