

ଭୁବନେଶ୍ବର(ସମୃଦ୍ଧଓଡିଶା) ୨୯/୪: ବିଜୁ ଜନତା ଦଳ ମହିଳା ମୋର୍ଚ୍ଚାର ରାଜ୍ୟ ଉପ-ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ ତାଙ୍କ ପଦ ସହ ବିଜେଡି ଦଳର ପ୍ରାଥମିକ ସଦସ୍ଯରୁ ଇସ୍ତଫା ଦେଇ ଥିବା ଜଣାପଡ଼ିଛି । ସେ ରବିବାର ଦିନ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇ ଥିବା ପ୍ରକାଶ କରିଛନ୍ତି। ୨୦୦୯ ମସିହାରେ ବସପା ଟିକଟରେ ବାଲେଶ୍ବର ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ଶ୍ରଦ୍ଧାଞ୍ଜଳି ୨୦୧୩ରେ ବିଜେଡ଼ିରେ ସାମିଲ ହୋଇ ବିଭିନ୍ନ ନିର୍ବାଚନରେ ୭ଥର ପର୍ଯ୍ୟବେକ୍ଷକ ଦାଇତ୍ବ ସଫଳତାର ସହ ତୁଲାଇ ଆସିଥିଲେ। ତେବେ ବର୍ତ୍ତମାନ ଦଳ ତାଙ୍କୁ ଅଲୋଡ଼ା ଓ ଗୁରୁତ୍ୱହୀନ ମନେକରୁଥିବା ଅନୁଭବ କରି ଦଳରୁ ଇସ୍ତଫା ଦେଇ ଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀମତୀ ରାୟ ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନରେ ସମ୍ପୃକ୍ତ ରହି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି।
ରିପୋର୍ଟ : ରଜତ ମହାପାତ୍ର