ସମ୍ବଲପୁର (ସମୃଦ୍ଧ ଓଡିଶା) ପଶ୍ଚିମ ଓଡିଶାର ଲୋକପ୍ରିୟ ଗୀତିକାର ଓ ଲେଖକ ପଦ୍ମଶ୍ରୀ ହଳଧର ନାଗ ଆଜି ରାଜନୀତିକୁ ଲମ୍ଫ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ବିଜେଡିରେ ହଳଧରଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ଦଳର ଲୋକପ୍ରିୟତାକୁ ବୃଦ୍ଧି କରିବ । ୧୯୫୦ମାର୍ଚ୍ଚ ୩୧ ତାରିଖରେ ବରଗଡ଼ ଜିଲ୍ଲାର ଘେଁସରେ ଜନ୍ମଗ୍ରହଣ କରିଥିବା ହଳଧର ପୁରା ପଶ୍ଚିମ ଓଡ଼ିଶାରେ ଲୋକ କବି ରତ୍ନ ଭାବେ ପରିଚିତ । କୋଶଳୀ ଭାଷାରେ ତାଙ୍କର ଲେଖା ଶୈଳୀ ପାଇଁ ତାଙ୍କୁ ସ୍ଵଭାଵ କବି ଗଂଗାଧର ମେହେରଙ୍କ ସମକକ୍ଷ କରିପାରିଛି । ୨୦୧୬ ଅକ୍ଟୋବର ମାସରେ ହଳଧରଙ୍କ ବଛା ବଛା ଗୀତକୁ ନେଇ ପ୍ରକାଶିତ ଇଂରାଜୀ ଅନୁବାଦ ତାଙ୍କୁ ଆହୁରି ଲୋକପ୍ରିୟ କରିଛି ।