
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା । ନବୀନ ନିବାସରେ ନିଜର ଶତାଧିକ ସମର୍ଥକଙ୍କ ସହିତ ଆସି ବିଜେଡିରେ ସାମିଲ ହୋଇଛନ୍ତି ହରିଶ୍ଚନ୍ଦ୍ର । ହରିଶ୍ଚନ୍ଦ୍ର ପଣ୍ଡାଙ୍କ ବିଜେଡିରେ ସାମିଲ ହେଲା ପରେ ନୂଆପଡ଼ାରେ ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ହରିଶ୍ଚନ୍ଦ୍ର । ବିଜେଡିରେ ମିଶିବା ପରେ ସେ ନୂଆପଡ଼ା ଅଂଚଳରେ ବିକାଶରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର