କୋରାପୁଟ (ସମୃଦ୍ଧ ଓଡିଶା) ଗତକାଲି କୋରାପୁଟ ଜିଲ୍ଲା, ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମ ପଞ୍ଚାୟତର ବାଲିଘାଟରେ ବିଜେଡି ଦଳର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଗାଦିଆଗୁଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି କୁମୁଟି ଜାନୀ, ଶିରି ସାନ୍ତା ଓ ବ୍ଲକ ସଭାପତି ମହେନ୍ଦ୍ର କୁଲଦୀପଙ୍କ ତତ୍ୱାବଧାନରେ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପଦଯାତ୍ରା ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଂଗ୍ରେସ ଓ ବିଜେଡିର ପ୍ରାୟ ୩୦ରୁ ଉର୍ଦ୍ଧ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭୀମୁଖି ତଥା ଜନ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ନେତୃବର୍ଗ ବୁଝାଇଥିଲେ । ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ପ୍ରଭୁ ଜାନୀ, ଦଶମନ୍ତପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ବିଷୋଇ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମମତା କୁଲଦୀପ, କୋରାପୁଟ ଜିଲ୍ଲା ସରପଞ୍ଚ ମହାସଂଘ ର ସଭାପତି ଡଥା ପୋଡାଗଡ ସରପଞ୍ଚ ଭଗବାନ ମୁଦୁଲି, ଦଶମନ୍ତପୁର ବ୍ଳକ ପର୍ଯ୍ୟବେକ୍ଷକ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସମାଜ ସେବୀ ବୈକୁଣ୍ଠ ମଣ୍ଡଳ, କୋରାପୁଟ ସାଂସଦଙ୍କ ବ୍ୟକ୍ତି ଗତ ସହାୟକ ହିମାଂଶୁ ଭରଦ୍ଵାଜ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବୈଦି ସାନ୍ତା, ମୁନା ବିଷୋଇ, ସ୍ଥାନୀୟ ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା, ବିଜେଡି ଯୁବ, ମହିଳା, ଛାତ୍ର ସମେତ ବିଜୁ ପରିବାରର ବହୁ ସଦସ୍ୟ ଯୋଗଦେଇ ଥିଲେ । ସମସ୍ତ ସଭା କାର୍ଯ୍ୟକୁ ଦଶମନ୍ତପୁର ବ୍ଳକ ସଭାପତି ମହେନ୍ଦ୍ର କୁଲଦୀପ ପରିଚାଳନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା