ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କଣାମଣା ପଞ୍ଚାୟତ ଟାକିରିଆ ବ୍ରହ୍ମପୁର ଗ୍ରାମ ନବ ନିର୍ମିତ କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳର ୨୦ନଂ ଜୋନ ସ୍ତରୀୟ ୱାର୍ଡ କମିଟି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣାମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ମୁଖ୍ୟ ଅତିଥି ଯୋଗଦେଇ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ବହୁ ଯୋଜନା ପ୍ରଣୟନ କରିଥିବା ବେଳେ କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ଅବହେଳା କରି ଆସୁଥିବା କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବୀନ ପଟ୍ଟନାୟକ ବିକାଶର ବିକଳ୍ପ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ମୁଖ୍ୟମନ୍ତ୍ରୀ କଥା ନୁହେ କାମରେ ବିଶ୍ୱାସୀ ବୋଲି ମତବ୍ୟକ୍ତ କରିଥିଲେ । କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ, ଏ. ସୀତାମ୍ମା, ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ସମିତିସଭ୍ୟା ରଶ୍ମିତା ବେହେରା, ମନୋଜ ପାଢ଼ୀ, ପିତାମ୍ବର ପଣ୍ଡା, ଜ୍ୟୋତି ରଞ୍ଜନ ସାହୁ, ଅଶୋକ ପାଣିଗ୍ରାହୀଙ୍କ ସମେତ ବିଜେଡିର ସରପଞ୍ଚ, ସମିତିସଭ୍ୟଙ୍କ ସହ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା