ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ପଞ୍ଚମ ପାଳି ସରକାରର ୨୪ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବା ବେଳେ ଜଳେଶ୍ୱର ନିର୍ବାଚନୀ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଭଞ୍ଜ ଭବନରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ବୈଠକରେ ଏହାର ବିଭିନ୍ନ କାର୍ଯକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ନଗର ସଭାପତି ସୁରଜିତ୍ ଘୋଷ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ବିନ୍ଦୁବାଳା ନନ୍ଦୀ, ବ୍ରଜମୋହନ ପ୍ରଧାନ, ମାନସ ଜେନା, ଅନାଦି ଦାସ, ବିଜୟ କାମିଳା, ସଂଜିବ ପାଳ, ହରେକୃଷ୍ଣ ଗିରି, ଗୋବିନ୍ଦ ସାହୁ, ଦିପୁ ସାମନ୍ତ, ଅର୍ଚ୍ଚନା ଗିରି, ଅବଦୁଲ ରହିମ, ହାସିରୁଦ୍ଦିନ ବକ୍ସ, ଆନନ୍ଦ କର ପ୍ରମୁଖ ଯୋଗ ଦେଇଥିଲେ ।