



ଢେଙ୍କାନାଳ(ସମୃଦ୍ଧ ଓଡିଶା )ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ । ବିରାଟ ପଟୁଆର ଓ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ ଜନସମ୍ପର୍କ ପଦଯାତ୍ରା କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସାଂସଦ ମହେଶ ସାହୁ ସରକାରଙ୍କ ଆଭିମୁଖ୍ୟ ଓ ନବୀନ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅନୁଚିନ୍ତା ସମ୍ପର୍କରେ ସୂଚନା ଦେଇଥିଲେ ।
ରିପୋର୍ଟ : ଶୁଭମ ପାଣି