ଦିଗପହଣ୍ଡି(ସମୃଦ୍ଧ ଓଡିଶା)ବିଜେଡି ଦଳରେ ରହି ବିଜେଡି ଦଳକୁ ବିରୋଧ କରୁଥିବା ପୂର୍ବତନ ବ୍ଳକ ଅଧକ୍ଷ ବିପିନି ପ୍ରଧାନଙ୍କୁ ଦଳରୁ ବହିଷ୍କାର କରିବାକୁ ନବୀନଙ୍କ ପାଖରେ ଆମେ ଦାବୀ କରିବୁ ବୋଲି ବିଜେଡି ନେତା କ୍ରିଷ୍ଣା ସୁବୁଦ୍ଧି କହିଛନ୍ତି I ଆଜି ବିଜେଡି ନେତା କ୍ରିଷ୍ଣା ସୁବୁଦ୍ଧିଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ବିଜେଡି କର୍ମୀ ବ୍ରହ୍ମପୁର ଆସି ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ବିପିନି ପ୍ରଧାନ ବ୍ଳକରେ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ପୋଲିସ କାର୍ଯାନୁଷ୍ଠାନ ନେବାକୁ ଦାବୀ ପତ୍ର ଦେଇଥିଲେ I ଦିଗପହଣ୍ଡି ଏକ ଶାନ୍ତିପ୍ରିୟ ଅଞ୍ଚଳ ହୋଇଥିବା ବେଳେ ପୂର୍ବତନ ବ୍ଲକ ଅଧକ୍ଷ୍ୟ ତଥା ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ବିପିନି ପ୍ରଧାନ ବିଭିନ୍ନ ଗ୍ରାମରେ ବିଶୃଙ୍ଖଲା ସୃଷ୍ଟି କରି ବାତାବରଣକୁ ଅଶାନ୍ତ କରୁଛନ୍ତି I ଆମେ ନବୀନ ବାବୁଙ୍କୁ ମିଶିବା ପାଇଁ ଅନୁମତି ମାଗିଛୁ I ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମିଶି ବିପିନି ପ୍ରଧାନଙ୍କୁ ଦଳରୁ ବହିଷ୍କାର ପାଇଁ ଦାବୀ କରିବୁ ବୋଲି ପୋଲିସ ଆଇଜି କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ବିଜେଡି କର୍ମୀଙ୍କ ସାମ୍ନାରେ ବିଜେଡି ନେତା କ୍ରିଷ୍ଣା ସୁବୁଦ୍ଧି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି I ଏହାପରେ ସେମାନେ ବିଜେଡି ଜିଲ୍ଲା ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମିଶି ଏହି ଅଭିଯୋଗ କରିଥିଲେ I ତେବେ ଏହି କିଛିଦିନ ଭିତରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଛ ଛ ଟା ମଡ଼ର ହୋଇଯିବାରୁ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି I ପ୍ରକାଶ ଯୋଗ୍ୟଯେ, ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧୀନରେ ଆସୁଥିବା ସହଦେବ ଟିକରପଡା ତୋଫାନ ଗୌଡ଼ ହତ୍ୟାକାଣ୍ଡ ଓ ଖମାରୀଗାଁ ଗ୍ରାମର ଲଳିତ ମୋହନ ମହାପାତ୍ର ମୃତ୍ୟୁ ଘଟଣାର ବିଧିବଦ୍ଧ ତଦନ୍ତ କରି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସହ ଦୋଷୀ ବିରୋଧରେ କଠୋର ଦଣ୍ଡ ବିଧାନ ଦାବୀ କରି ଆଜି ଦିଗପହଣ୍ଡି ବ୍ଲକର ୨୫ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ,ଦିଗପହଣ୍ଡି ବିଜ୍ଞାପିତଅଞ୍ଚଳ ପରିଷଦ (N.A .C) ଓ ଦିଗପହଣ୍ଡି ବ୍ଲକକୁ ଆସୁଥିବା ଜିଲ୍ଲା ବିଜେଡି ସଂଗଠନର କର୍ମକର୍ତ୍ତା, ଦିଗପହଣ୍ଡି ବ୍ଲକର ଛାତ୍ର, ଯୁବ, ମହିଳା ସଂଗଠନର କର୍ମକର୍ତ୍ତାଙ୍କ ସମେତ ଦିଗପହଣ୍ଡି ବିଜ୍ଞାପିତଅଞ୍ଚଳ ପରିଷଦ (N.A .C) ଓ ଦିଗପହଣ୍ଡି ବ୍ଲକର ଶତାଧିକ ବିଜେଡି କର୍ମୀ ବ୍ରହ୍ମପୁର ଆରକ୍ଷୀ ମହାନିରୀକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧୀନରେ ଆସୁଥିବା ସହଦେବ ଟିକରପଡାରେ ତା-୨୪/୦୩/୨୦୨୩ ରିଖରେ ତୋଫାନ ଗୌଡ଼ ନାମକ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ତାହାର ତଦନ୍ତ ପ୍ରକ୍ରିୟା ଶେଷ ହେବାପରେ ପୋଲିସ ଅପରାଧି ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ସେହି ଘଟଣାର ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ଏହା ମଧ୍ୟରେ ପୁଣି ତା- ୨୦/୦୬/୨୦୨୩ ରିଖରେ ଖମ୍ବାରିଗାଁ ଠାରେ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଲଳିତ ମୋହନ ମହାପାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ଘଟଣା କେ. ନୂଆଗାଁ ଥାନା ଅଧିନରେ ଘଟିଛି । ତେଣୁ ଉଭୟ ଘଟଣାର ଉପଯୁକ୍ତ ଏବଂ ଉଚ୍ଚସ୍ତରୀୟ ତଦନ୍ତ କରି ତଦନ୍ତ ରିପୋର୍ଟକୁ ଯଥାଶୀଘ୍ର ସାର୍ବଜନୀନ କରାଯିବା ପାଇଁ ଦିଗପହଣ୍ଡି ବ୍ଲକ ଓ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (N.A .C)ର ବିଜେଡି କର୍ମୀମାନେ ଦାବି କରିଛନ୍ତି। ଦୀର୍ଘ ୩୫ ବର୍ଷ ଧରି ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ଼ ହେବା ସହ ଦିଗପହଣ୍ଡି ବ୍ଲକ ଓ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଶାନ୍ତି ସୌହାର୍ଦ୍ୟପୂର୍ଣ ବାତାବରଣ ସୃଷ୍ଟି ହୋଇଥିଲା। ଦିଗପହଣ୍ଡି ଏକ ଶାନ୍ତ ନିର୍ବାଚନୀ ମଣ୍ଡଳୀ ରୂପରେ ରାଜ୍ୟ ରାଜନୀତିରେ ସୁନାମ ରଖିଆସୁଛି । ଏଠାରେ କୌଣସି ରାଜନୈତିକ ବିଶୃଙ୍ଖଳାର ଖବର ରାଜ୍ୟବାସୀ ଶୁଣି ନ ଥିଲେ। କିନ୍ତୁ ଗତ ଏକ ବର୍ଷ ହେଲା ପୂର୍ବତନ ବ୍ଲକ ଅଧକ୍ଷ୍ୟ ତଥା ବିଜେଡି ନେତା ଯାହାକୁ ସେଇ ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର ମଣିଷ କରିଥିଲେ ସେହି ବିପିନ ଚନ୍ଦ୍ର ପ୍ରଧାନ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ଉଦ୍ଧେଶ୍ୟରେ ମିଡ଼ିଆ ଆଗରେ ପ୍ରତି ହତ୍ୟା ଘଟଣା ପାଇଁ ବିପ୍ଳବ ପାତ୍ର ଦାୟୀ ବୋଲି ଅଭିଯୋଗ କରିବା ଯୁକ୍ତି ଯୁକ୍ତ ନୁହେଁ ବୋଲି ବିଜେଡି ନେତା କ୍ରିଷ୍ଣା ସୁବୁଦ୍ଧି କହିଛନ୍ତି I ବିପ୍ଳବ ଭଳି ଜଣେ ଉଚ୍ଚ ଶିଖିତ, ନିଷ୍ଠାବାନ, ସରଳ ଓ ନିଷ୍କପଟ ତଥା ଉଚ୍ଚମନା ଯୁବକଙ୍କୁ ବିଶେଷ କରି ବିଜେଡି ଦଳକୁ ଓ ଦିଗପହଣ୍ଡି ବ୍ଲକକୁ ବଦନାମ କରିବାପାଇଁ ବାରମ୍ବାର ଅପଚେଷ୍ଟା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ତେଣୁ ଦିଗପହଣ୍ଡି ବିଜୁ ଜନତା ଦଳର ସାଧାରଣ କର୍ମୀଟିର ମନରେ ଆଜି ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରୁଛି। ସମସ୍ତେ ପ୍ରଶ୍ନ କରୁଛନ୍ତି କିଏ ଏହି ବିପିନ ପ୍ରଧାନ? କାହିଁକି ସେ ଦିଗପହଣ୍ଡି ବ୍ଲକର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ? ନିଜ ରାଜନୈତିକ ଜୀବନ କାଳ ମଧ୍ୟରେ ଡ଼ଃ ପାତ୍ର ସୃଷ୍ଟି କରିଥିବା ବିଜୁ ଜନତା ଦଳର ଶହଶହ କର୍ମୀଙ୍କ ଭିତରୁ ଜଣେ ହୋଇଥିବା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱତନ୍ତ୍ର ପରିଚୟ ଅଛିକି ? କୋଉ ସାହାସରେ ଏବଂ କୋଉ ଆଧାରରେ ସେ ଦଳୀୟ ଟିକଟରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ମଧ୍ୟ ଦଳୀୟ ବିଧାୟକଙ୍କ ପୁତ୍ର ତଥା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଉଚ୍ଚଶିଖିତ, ଭଦ୍ର, ନମ୍ର ତଥା ଉଚ୍ଚମନା ବିଶିଷ୍ଟ ବିପ୍ଳବ ପାତ୍ରଙ୍କ ନାମରେ ଭିତ୍ତିହୀନ, ତଥ୍ୟ ବିହିନ, ଆଶାଳୀନ ଓ କପୋଳ କଳ୍ପିତ ମନ୍ତବ୍ୟ ରଖି ବାରମ୍ବାର ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣି କିଛି ଗଣମାଧ୍ୟମ ଜରିଆରେ ବିଧାୟକ ତଥା ତାଙ୍କ ପରିବାରକୁ ବଦନାମ କରୁଛନ୍ତି I ଓଡିଶା ରାଜନୈତିକ ଇତିହାସରେ ଦୀର୍ଘ ୩୫ ବର୍ଷ ଧରି ନିର୍ବିବାଦୀୟ ତଥା ଶାନ୍ତ ରହି ଆସୁଥିବା ଦିଗପହଣ୍ଡି ବ୍ଳକକୁ ବଦନାମ କରିବା ସହିତ ବିଜୁ ଜନତା ଦଳକୁ ମଧ୍ୟ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି? ବୋଲି ଅନେକ ପ୍ରଶ୍ନ କରିଛନ୍ତି କ୍ରିଷ୍ଣା ସୁବୁଦ୍ଧି ନେତୃତ୍ଵାଧୀନ କର୍ମୀମାନେ I ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷ ପଦ ହରିଜନ ମହିଳାଙ୍କ ପାଇଁ ସଂରକ୍ଷଣ ରହିବାପରେ ବିପିନ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ପାଗଳ ଭଳି ହୋଇ ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ସହଦେବ ଟିକରପଡା ଓ ଖମାରୀଗାଁ ଭଳି ହତ୍ୟା ଘଟଣା ଗୁଡିକର ବିଧିବଦ୍ଧ ତଦନ୍ତ କରି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସହ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ରଙ୍କ ନାଁରେ ତଥ୍ୟ ହୀନ ମିଥ୍ୟା ଅଭିଯୋଗ ଆଣି ତାଙ୍କ ମାନହାନି କରିବା ସହ ଦିଗପହଣ୍ଡି ବ୍ଳକକୁ ପଶ୍ଚିମବଙ୍ଗ ସହ ତୁଳନା କରି ବଦନାମ କରିବା ସହ ଦିଗପହଣ୍ଡି ବାସୀଙ୍କ ମନରେ ଆଘାତ ଦେଇଥିବା ଯୋଗୁଁ ବିପିନ ଚନ୍ଦ୍ର ପ୍ରଧାନ ଓ ତାଙ୍କ ବିଶୃଙ୍ଖଳିତ ସହଯୋଗୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଗପହଣ୍ଡି ବ୍ଲକ ଓ ଦିଗପହଣ୍ଡି ବିଜ୍ଞାପିତଅଞ୍ଚଳ ପରିଷଦ (N.A .C) ବିଜେଡି ତରଫରୁ ବ୍ରହ୍ମପୁର ଆରକ୍ଷୀ ମହାନିରୀକ୍ଷକଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି। ବ୍ଲକ ବିଜେଡି କମିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ କ୍ଷୀରସିନ୍ଧୁ ପ୍ରଧାନ, ଜିଲ୍ଲା ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, ବ୍ଲକ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ପ୍ରଧାନ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ନିରଞ୍ଜନ ରେଡି, ପୂର୍ବତନ ନଗରପାଳ ରବି ନାରାୟଣ ରାଜୁ, ସାଂସଦ ପ୍ରତନିଧି ନିରୁପମା ପଟ୍ଟନାୟକ, ତାରା ପ୍ରସାଦ ପଟ୍ଟନାୟକ, ମହିଳା ବିଜେଡି ସଭାନେତ୍ରୀ ଉମା ମହାଶ୍ଵରୀ ସେଠୀ, ନୀଳାଞ୍ଚଳ ସାହୁ, ସରପଞ୍ଚ ଫନୀନ୍ଦ୍ର ଗୋସ୍ୱାମୀ, ରଞ୍ଜନ ସାହୁ, ଶ୍ୟାମ ନୟକ, ଦୀନବନ୍ଧୁ ସେଠୀ, ସମିତି ସଭ୍ୟ ରାମରାଓ, ସୁନିତା ରେଡି, ବାବୁନି ପ୍ରଦାନ, ସୀତାରାମ ସେଠୀ, ତ୍ରିପତି ପ୍ରଧାନ,ଶୈଳ ବେହରା, ସାରଥୀ ପାଇକ ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ, ସନ୍ତୋଷ ଦୋରା, ଚିତ୍ରସେନ ଗୌଡ଼, ଶିଶିର ପ୍ରଧାନ, ଶଙ୍କର ସୁବୁଦ୍ଧି, କୁଞ୍ଜରଥ, ବବଲୁ ପ୍ରଧାନ, ରାମେଶ୍ୱର ପାଣିଗ୍ରାହୀଙ୍କ ସମେତ ଦିଗପହଣ୍ଡି ବ୍ଲକର ଶହଶହ ବିଜେଡି କର୍ମୀ ଯୋଗ ଦେଇଥିଲେ I ସଦ୍ୟ ପ୍ରାପ୍ତ ଖବର ଅନୁଯାୟୀ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ବିଜେଡି ନେତା ଲଳିତ ମୋହନ ମହାପାତ୍ର ହତ୍ୟାକାଣ୍ଡ ମାମଲାର କେ . ନୂଆଗାଁ ପୋଲିସ ଅଭିଯୁକ୍ତ ରାମକୃଷ୍ଣ ମିଶ୍ରଙ୍କୁ ପୋଲିସ ଗତକାଲି ଝାରସୁଗୁଡ଼ା ବ୍ରଜରାଜ ନଗର ରେଳ ଷ୍ଟେସନରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୦ ତାରିଖ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଲଳିତ ମୋହନ ଓ ଅଭିଯୁକ୍ତ ରାମକୃଷ୍ଣଙ୍କ ମଧ୍ୟରେ ଖମ୍ବାରୀ ଗାଁ ନିକଟସ୍ଥ ଶଙ୍କର ଖାଳି ଗ୍ରାମ ଛକରେ କୌଣସି କାରଣରୁ କଥା କଟାକଟି ଏବଂ ପରେ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ବନ୍ଦ ହୋଇଥିଲେ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ରାମକୃଷ୍ଣ ନିଜ କାର ( ଓଆର ୦୨ ବିଏ ୦୬୧୨) ଯୋଗେ ଲଳିତଙ୍କ ବାଇକ ( ଓଡି ୦୭ ୦୬୯୦ )କୁ ପିଛାକରି ଘରକୁ ଫେରୁଥିବା ସମୟରେ ଖମ୍ବାରୀ ଗାଁ ହାଇସ୍କୁଲ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟବର୍ତ୍ତୀ ସ୍ଥାନରେ ଜାଣିଶୁଣି ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି । ଯାହାଫଳରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ଘଟଣାପରେ ରାମକୃଷ୍ଣ ଲଳିତ ମୋହନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରଠୁ ଅଭିଯୁକ୍ତ ରାମକୃଷ୍ଣ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ବେଡରେ ଲଳିତ ମୋହନଙ୍କୁ ଏକାକୀ ଛାଡିଦେଇ କାର ଯୋଗେ ଫେରାର ହୋଇଯାଇଥିଲେ ବୋଲି ଶୁଣିବାକୁ ମିଳେ । ଏନେଇ ଲଳିତଙ୍କ ଭାଇ ରଜତ ମହାପାତ୍ର କେ . ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୧୧/୨୩ ପ୍ରକାରେ ମାମଲା ରୁଜୁ କରିି ତଦନ୍ତ ଚଳାଇବା ସହ ହତ୍ୟାକାରୀକୁ କାବୁ କରିବା ପାଇଁ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଏବଂ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଜାରୀ ରଖିଥିଲେ । ଏପଟେ ଅଭିଯୁକ୍ତ ଜଣକ ଦୀର୍ଘ ୧୧ ଦିନ ପୋଲିସକୁ ନାକେଦମ କରିବା ସହ ବ୍ରହ୍ମପୁର ରେଳଷ୍ଟେସନରେ ନିଜ କାର ରଖି ହରିଦ୍ଵାର ଲୁଚି ପଳାଇଥିଲା । ଏପଟେ ପୋଲିସ ପୂର୍ବରୁ କାରକୁ ଚିହ୍ନଟ କରି ୨୬ ତାରିଖରେ ଜବତ କରିଥିଲା । ତେବେ ଶୁକ୍ରବାର ସକାଳୁ ରାମକୃଷ୍ଣ ଏକ ଟ୍ରେନ ଯୋଗେ ଓଡ଼ିଶା ଫେରୁଥିବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଝାରସୁଗୁଡ଼ା ବ୍ରଜରାଜ ନଗର ରେଳ ଷ୍ଟେସନରେ ପୋଲିସ ଛକି ବସିଥିଲା । ଟ୍ରେନ ଷ୍ଟେସନରେ ପହଞ୍ଚିବା କ୍ଷଣି ପୋଲିସ ରାମକୃଷ୍ଣଙ୍କୁ ଗିରଫ କରିବା ସହ ଝାରସୁଗୁଡ଼ା କୋର୍ଟରେ ହାଜର କରିବା ପରେ ୨ ଦିନିଆ ରିମାଣ୍ଡରେ ଚିକିଟି ଅଣାଯାଇଥିଲା । ଏହାପରେ ଅଭିଯୁକ୍ତ ରାମକୃଷ୍ଣ ପୋଲିସ ସମ୍ମୁଖରେ ଘଟଣାର ସତ୍ୟତା ବଖାଣିବା ସହ ଜାଣିଶୁଣି ମାରିବା ମଧ୍ୟ ସ୍ବୀକାର କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ କିମ୍ବା ପୂର୍ବ ଶତ୍ରୁତା ନଥିବା ପୋଲିସ ଆଗରେ ପ୍ରତିକ୍ରିୟା ରଖିଛି ହତ୍ୟାକାରୀ । ଅପରପକ୍ଷରେ ଶନିବାର ଦିନ ପୋଲିସ ଅଭିଯୁକ୍ତ ରାମକୃଷ୍ଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇଥିବା ଜଣାପଡିଛି ।