

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଜେଡି ଆଜି ପୂର୍ବତନ କାଉନସିଲର୍ ରାଜୁ ବାବୁଙ୍କ ନେତୃତ୍ଵରେ ବିଜେପି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଛତ୍ରପୁର ଲୟର ବସଷ୍ଟେଣ୍ଡ ବିଜୁ ପଟ୍ଟନାୟକ ପ୍ରତିମୃର୍ତ୍ତି ନିକଟରେ ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ବିଜେପି ମୃଦାବାଦ୍ ନାରା ଦେଇଥିଲେ । ରାଜ୍ୟ ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଜେପିର ୩ ବିଧାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ଛତ୍ରପୁର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି । ସ୍ଥାନୀୟ ଲୋୟର ବସ ଷ୍ଟାଣ୍ଡ ଠାରେ ବିଷ୍ଣୁ ସେଠି, ଜୟ ନାରାୟଣ ମିଶ୍ର ଓ ପ୍ରଦୀପ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପ ସଭାପତି ଭବାନୀ ସାହୁ, ସମ୍ପାଦକ ରାମ ହରି ମହାରଣା, ବିଜେଡି ନେତା ମନୋଜ ପାଢ଼ୀ, ଡ. ମିନାଥ ସାହୁ, ବି.ରାଜି ବାବୁ, ଭୈରବୀ ପଟ୍ଟନାୟକ, ପ୍ରଦୋଷ ବେହେରା, କେ.ନାଗେଶ୍ୱର, ସନମୂଖ ପଟ୍ଟନାୟକ, ଆଇନଜୀବୀ ଟି. ମୋହନ ରେଡୀ, ଅଟଳ ପଟ୍ଟନାୟକ, ସୁରେଶ ଚନ୍ଦ୍ର ସେନାପତି, କାଳି ପ୍ରସାଦ ଦାସଙ୍କ ସମେତ ବହୁ ଛାତ୍ର ଯୁବ ନେତା ଉପସ୍ଥିତ ଥିଲେ ।


